Latest Odisha News

ବ୍ରାଜିଲରେ ବଡ଼ ବିମାନ ଦୁର୍ଘଟଣା: କ୍ର୍ୟୁ ସଦସ୍ୟଙ୍କ ସହ ଥିଲେ ୬୨ ଜଣ, ତଳେ ପଡ଼ିବାରେ ଜଳୁଛି ହୁତୁ ହୁତୁ

ନୂଆଦିଲ୍ଲୀ: ବ୍ରାଜିଲର ସାଓ ପାଓଲୋରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୬୨ ଜଣ ଯାତ୍ରୀ ଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଏହି ବିମାନ ଆକାଶରୁ ତଳକୁ ଖସି ଆସୁଛି ଏବଂ ଧକ୍କା ହୋଇ ଜୋରଦାର ବିସ୍ଫୋରଣ କରୁଛି। ଏହି ଦୁର୍ଘଟଣାରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସିଏନ୍ଏନର ଏକ ରିପୋର୍ଟ ଅନୁଯାୟୀ, ବ୍ରାଜିଲର ଆଞ୍ଚଳିକ ଏୟାରଲାଇନ୍ ଭୋଏପାସର ୨୨୮୩-ପିଏସ୍-ଭିପିବି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏୟାରଲାଇନ୍ସ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଦୁର୍ଘଟଣା ସମୟରେ ବିମାନରେ ୫୮ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ମେମ୍ବର ଥିଲେ। ଆବାସିକ ଅଞ୍ଚଳରେ ଏହି ଘଟଣା ଘଟିଛି।

ଫ୍ଲାଇଟ୍ ରାଡାର୨୪ର ତଥ୍ୟ ଅନୁଯାୟୀ, ୱାପ୍ପାସ୍ ବିମାନଟି କାସ୍କେୱେଲରୁ ବାହାରି ସାଓ ପାଓଲୋ ଅଭିମୁଖେ ଯାତ୍ରା କରୁଥିବା ବେଳେ ସ୍ଥାନୀୟ ସମୟ ଅପରାହ୍ନ ସାଢ଼େ ଗୋଟାଏ ପୂର୍ବରୁ ଏହାର ସିଗନାଲ୍ ଅଦୃଶ୍ୟ ହୋଇଯାଇଥିଲା। ବିମାନର ସାମ୍ପ୍ରତିକ ଅବସ୍ଥା ଏବଂ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ ମିନିଟ୍ ନୀରବତା ଅବଲମ୍ବନ କରିଛନ୍ତି। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓଟି ଅତ୍ୟନ୍ତ ଭୟଙ୍କର, ଯେଉଁଥିରେ ପୂରା ବିମାନ କ୍ଷତିଗ୍ରସ୍ତ ହୋଇଥିବା ଦେଖବାକୁ ମିଳୁଛି ଏବଂ ଏଥିରୁ ନିଆଁର ବଡ଼ ନିଆଁ ବାହାରୁଛି ।

Comments are closed.