Latest Odisha News

ପୁରୀ ସମୁଦ୍ର ତଟରେ ପଇଁତରା ମାରୁଛି ପାଞ୍ଚଟି ଯୁଦ୍ଧ ଜାହାଜ

ପୁରୀ: ପୁରୀ ସମୁଦ୍ର ତଟରେ ଆଜି ଡେରା ପକାଇଛି ନୌସେନାର ପାଞ୍ଚଟି ଯୁଦ୍ଧ ଜାହାଜ। ଦିଗବାରେଣୀ ନିକଟ ବେଳାଭୂମିରେ ପଇଁତରା ମାରୁଛି ଏହି ସବୁ ଯୁଦ୍ଧ ଜାହାଜ। ସୂଚନା ଅନୁଯାୟୀ ପ୍ରତ୍ୟକ ବର୍ଷ ଭଳି ନୌସେନା ଦିବସ ଏଥର ପୁରୀରେ ପାଳନ ନେଇ ଆଜି ପ୍ରାଥମିକ ସର୍ଭେ କରାଯାଇଥିଲା।

ନୌସେନା ଦିବସକୁ ନେଇ ଆଜି ପୂର୍ବ ପ୍ରସ୍ତୁତି ହୋଇଥିବା ବେଳେ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ୍.କେ ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଥିବା ପରିଲକ୍ଷିତ ହୋଇଥିଲା। ଆଇଏନଏସ ଜଳସ୍ୱ,ଆଇଏନଏସ କିଲଟନ, ଆଇ ଏନଏସ ସୁମେଧା, ଚଙ୍ଗେ ଭଳି ଯୁଦ୍ଧ ଜାହାଜ ସମେତ ନୌସେନାର ଗୋଟିଏ ରେସ୍କ୍ୟୁ ଜାହାଜ ଆଜି ସାମିଲ ହୋଇଥିଲା।

ନୌସେନା ମୁଖ୍ୟ ଆଜି ପୁରୀ ତଟ ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ ସହ ନୌସେନା ଦିବସ ପାଳନ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି। ତେବେ ଏନେଇ ନୌସେନାର ଅଧିକାରୀଙ୍କ ସୂଚନା ଦେଇଛନ୍ତି।

Comments are closed.