Latest Odisha News

BREAKING NEWS

ପିଲାଙ୍କୁ ଅଣ୍ଡା ଖାଇବାକୁ ଦେଲେ, ଭିଡିଓ ରେକର୍ଡିଂ ସରିଲା ପରେ ନେଇଗଲେ

କୋପାଲ: ପିଲାଙ୍କ ପ୍ଲେଟ୍‌ରେ ଅଣ୍ଡା ପରସି ଦେଲେ ଅଙ୍ଗନବାଡି ଦିଦି।ଭିଡିଓ ରେକର୍ଡିଂ ପରେ ଥାଳିରୁ ନେଇଗଲେ। ଏହି ଘଟଣାରେ କର୍ଣ୍ଣାଟକର କୋପାଲ ଜିଲ୍ଲାରେ ଦୁଇ ଅଙ୍ଗନବାଡି କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଅଙ୍ଗନବାଡି କର୍ମୀମାନେ ପ୍ରଥମେ ପିଲାମାନଙ୍କୁ ଅଣ୍ଡା ପରିବେଷଣ କରନ୍ତି ଏବଂ ପରେ ଭିଡିଓ ରେକର୍ଡ କରୁଛନ୍ତି। ଯାହା ପରେ ଦୁହେଁ ପିଲାମାନଙ୍କ ପ୍ଲେଟରୁ ଅଣ୍ଡା ନେଇଯାଉଛନ୍ତି।

ଏହି ଭିଡିଓ ଭାଇରାଲ ହେବା ପରେ ଲକ୍ଷ୍ମୀ ଏବଂ ଶାଇନାଜ ବେଗମ୍ ନାମକ ଏହି ଅଙ୍ଗନବାଡି କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏନେଇ ବିଦ୍ୟାଳୟର କର୍ମଚାରୀ ଏବଂ ଅଙ୍ଗନବାଡି କର୍ମଚାରୀଙ୍କୁ କାରଣଦର୍ଶାଅ ନୋଟିସ ନିର୍ଦ୍ଦେଶ ଜାରି କରିଛନ୍ତି।

 

Comments are closed.