Latest Odisha News

ରାହୁଲଙ୍କ ବଡ ବୟାନ, କୋଚ୍ ଭାବେ ସବୁଠୁ ଖରାପ ସମୟ ଥିଲା କୋହଲି… 

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିବା ପରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିବା ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।

ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ୍ ଇଣ୍ଡିଆ ତିନିଥର ଆଇସିସି ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ସେଥିମଧ୍ୟରୁ ଟିମ୍ ଇଣ୍ଡିଆକୁ ଦୁଇଟିରେ ପରାଜୟର ସାମ୍ନା କରିବାକୁ ପଡିଥିଲା ​​ଏବଂ ଗୋଟିଏରେ ବିଜୟ ହୋଇଥିଲା।

​​ODI ବିଶ୍ୱକପ ୨୦୨୩ର ଫାଇନାଲରେ ହାରିବା ପରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଛି। ବର୍ତ୍ତମାନ ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳର ସବୁଠାରୁ ଖରାପ ପର୍ଯ୍ୟାୟ କେବେ ଥିଲା।

ତେବେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ ସିରିଜ୍ ଜିତି ପାରିନଥିବାର ଦୁଃଖ ଆଜି ବି ରହିଛି। ସେହି ସିରିଜ୍ ଜିତିବା ପାଇଁ ଆମ ପାଖରେ ବଡ଼ ସୁଯୋଗ ଥିଲା। ହେଲେ ଆମର କିଛି ବରିଷ୍ଠ ଖେଳାଳି ଦଳରେ ନ ଥିଲେ । ରୋହିତ ଶର୍ମା ଆହତ ହୋଇଥିଲେ ଏବଂ କିଛି ବରିଷ୍ଠ ଖେଳାଳି ସେହି ସିରିଜରେ ବାଦ୍ ପଡ଼ିଥିଲେ। ସେ ଏହାକୁ କୋଚିଂ କାର୍ଯ୍ୟକାଳର ସବୁଠାରୁ କଠିନ ପର୍ଯ୍ୟାୟ ବୋଲି କହିଛନ୍ତି।

ସେ ସମୟରେ ଟିମ୍ ଇଣ୍ଡିଆରେ ଅନେକ ପରିବର୍ତ୍ତନ ମଧ୍ଯ ହୋଇଥିଲା। କାରଣ ବିରାଟ ଟି-୨୦ ବିଶ୍ୱକପ ୨୦୨୧ ପରେ ଅଧିନାୟକତ୍ୱ ଛାଡିଥିଲେ। ତାଙ୍କୁ ବିସିସିଆଇ ଦ୍ୱାରା ଏକଦିବସୀୟ ଦଳର ଅଧିନାୟକ ପଦରୁ ମଧ୍ଯ ହଟାଇ ଦିଆଯାଇଥିଲା।

Comments are closed.