Latest Odisha News

ବିଜେଡି ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟ ନୋଟିସ

କଟକ: ନିର୍ବାଚନରେ ଅନିୟମିତତା ମାମଲାରେ ଆଉ ଜଣେ ବିଧାୟକଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ନୋଟିସ ଜାରି ହୋଇଛି । ରସିଦ୍ ଅସଲମ ନାମକ ଜଣେ ଭୋଟର ସାରଦାଙ୍କ ନାଁରେ ମାମଲା ଦାଏର କରିଥିଲେ ।

ତେବେ ନାମାଙ୍କନ ବେଳେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି । ପୂର୍ବରୁ ବିଜେଡି ବିଧାୟକ ଧ୍ରୁବ ସାହୁ ଅରୁଣ ସାହୁଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ ଜାରିକରିଥିଲେ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ ରେ ରହିଛି ।

ଏହାପୂର୍ବରୁ ବିଜେପି ନେତା ତଥା ପରାଜିତ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ସାରଦାଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।

Comments are closed.