Latest Odisha News

ଖଣ୍ଡା ଆକ୍ରମଣରେ ଗୁରୁତର ଆହତ ହେଲେ ଅଙ୍ଗନବାଡି କର୍ମୀ

କଟକ: ଅଙ୍ଗନବାଡି କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ। କଟକ ଜିଲ୍ଲାର ବାଙ୍କି ନିକଟ ନୁଆଗାଓଁ-ଖଜୁରିପଡା ରାସ୍ତାରେ ଥିବା ଚାରି ଛକରେ ସୋମବାର ସକାଳେ ଏଭଳି ଘଟଣା ଘଟିଛି।

ଗୁରୁତର ଆହତ ଅଙ୍ଗନବାଡି କର୍ମୀ ଜଣକ ବାଙ୍କି ତହସିଲ ଅନ୍ତର୍ଗତ ଅନୁରୀ ଗାଁର ବାସିନ୍ଦା ଭାରତୀ ଜେନା ବୋଲି ଜଣାପଡିଛି।

ସୂଚନାନୁସାରେ, ଭାରତୀ ସ୍କୁଟିରେ ଅଙ୍ଗନବାଡି କେନ୍ଦ୍ରକୁ ଯାଉଥିଲାବେଳେ ତାଙ୍କୁ ଲୁଟିବା ଉଦ୍ଦେଶ୍ୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ ଓ ତାଙ୍କୁ ଲୁଟିବା ପାଇଁ ଚେଷ୍ଟା କରିଥିଲେ।। ପରେ ଦୁର୍ବୃତ୍ତମାନେ ଅଙ୍ଗନବାଡ଼ି ଦିଦିଙ୍କୁ ଖଣ୍ଡାରେ ହାଣି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

 

Comments are closed.