Latest Odisha News

BREAKING NEWS

ଓଡ଼ିଶା ଗସ୍ତରେ ଦୁଇ କେନ୍ଦ୍ର ମନ୍ତ୍ରୀ; ନବାଗତ ବିଧାୟକଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ବର: ଆସନ୍ତା ୧୭ ଓ ୧୮ ଦୁଇ ଦିନ ଧରି ବିଧାନସଭାରେ ଚାଲିବ ବିଧାୟକଙ୍କ ତାଲିମ୍‌ କର୍ମଶାଳା । ଏନେଇ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୧୮ ତାରିଖରେ ଦିନିକିଆ ଗସ୍ତରେ ଆସିବେ ନଡ୍ଡା । ବିଧାନସଭାରେ ବିଧାୟକମାନଙ୍କ ତାଲିମ୍ କାର୍ଯ୍ୟକ୍ରମରେ ଯୋଗଦେବେ । ନବାଗତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ନଡ୍ଡାଙ୍କ ପୂର୍ବରୁ ଅଗଷ୍ଟ ୧୭ ତାରିଖରେ ଦିନିକିଆ ଗସ୍ତରେ ଆସି ବିଧାୟକଙ୍କୁ ଟ୍ରେନିଂ ଦେବେ କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ସେହିପରି ବିରୋଧୀ ଦଳର ବିଧାୟକମାନଙ୍କୁ ମଧ୍ୟ ଗୃହ ପରିଚାଳନା ପାଇଁ ଟିପ୍ସ ଦେବା ସହ ବିଧାନସଭା ଆଇନ କାନୁନ ସଂପର୍କରେ ଅବଗତ କରାଇବେ ଦୁଇ କେନ୍ଦ୍ରମନ୍ତ୍ରୀ ।

ଏହା ପୂର୍ବରୁ ଆସନ୍ତା ୧୬ ତାରିଖରେ ରାଜ୍ୟ ବିଜେପି ପକ୍ଷରୁ ବସୁଛି କୋର କମିଟି ବୈଠକ । ଓଡିଶାର ଶାସନ ଭାର ସମ୍ଭାଳିବା ପରେ ଦଳର ଏହା ହେବ ପ୍ରଥମ କୋର୍ କମିଟି ବୈଠକ । ଏଥିରେ କ୍ଷତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ଦୁଇ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଏବଂ ଲତା ଉସେଣ୍ଡୀ ଉପସ୍ଥିତ ରହିବେ ।

Comments are closed.