Latest Odisha News

BREAKING NEWS

ଏହି ରାଜ୍ୟରେ ସର୍ବାଧିକ ୫,୭୬୪ ଏଚ୍ଆଇଭି ଆକ୍ରାନ୍ତ ଚିହ୍ନଟ

ଶିମଲା: ହିମାଚଳ ପ୍ରଦେଶରେ ବୃଦ୍ଧି ପାଉଛି ଏଚଆଇଭି ପଜେଟିଭ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୫ ହଜାର ୭୬୪ ଏଚ୍ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ କାଙ୍ଗଡା, ହମିରପୁର, ମଣ୍ଡି ଏବଂ ଉନା ଜିଲ୍ଲାରେ ଅଛନ୍ତି । ତେବେ କାଙ୍ଗଡା, ହମିରପୁର ଏବଂ ମଣ୍ଡି ସର୍ବାଧିକ ଜନବହୁଳ ଅଞ୍ଚଳ ହୋଇଥିବା କାରଣରୁ ଏହି ଜିଲ୍ଲାଗୁଡ଼ିକରେ ସର୍ବାଧିକ ଆକ୍ରାନ୍ତ ଅଛନ୍ତି । ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟିର ରିପୋର୍ଟରେ ଏହି ଆଶ୍ଚର୍ଯ୍ୟଜନକ ଖବର ପ୍ରକାଶ ପାଇଛି ।

ହିମାଚଳ ପ୍ରଦେଶ ଏଡସ୍ ନିୟନ୍ତ୍ରଣ ସୋସାଇଟିର ଜଣେ ଅଧିକାରୀ କହିଛନ୍ତି ଯେ, କାଙ୍ଗଡା ଜିଲ୍ଲାରେ ସର୍ବାଧିକ ୧,୫୬୨ ଏଚ୍ଆଇଭି ଆକ୍ରାନ୍ତ ଥିବାବେଳେ, ହମିରପୁର ଜିଲ୍ଲାରେ ୧,୦୩୭, ମଣ୍ଡି ଜିଲ୍ଲାରେ ୭୩୮ ଏବଂ ଉନା ରେ ୬୩୬ ଆକ୍ରାନ୍ତ ଅଛନ୍ତି ।

ସେହିପରି ଶିମଲାରେ ୩୦୬ ଜଣ ପିଜିଟିଭ ଆକ୍ରାନ୍ତ ଅଛନ୍ତି, ଲାହୋଲ୍ ଏବଂ ସ୍ପିତି ଜିଲ୍ଲାରେ ସର୍ବନିମ୍ନ ସାତ ଜଣ ଏଚଆଇଭି ଆକ୍ରାନ୍ତ ଅଛନ୍ତି । ମୋଟ ୫,୭୬୪ ଏଚଆଇଭି ରୋଗୀଙ୍କ ମଧ୍ୟରୁ ୫୩.୫ ପ୍ରତିଶତ (୩,୦୮୭) ପୁରୁଷ ଏବଂ ୪୬.୩ ପ୍ରତିଶତ (୨,୬୭୨) ମହିଳା ଅଟନ୍ତି । ଏଚଆଇଭିରେ ପୀଡିତ ପାଞ୍ଚଜଣ ଟ୍ରାନ୍ସଜେଣ୍ଡର ମଧ୍ୟ ଅଛନ୍ତି ।

ରିପୋର୍ଟ ଅନୁଯାୟୀ, ୨,୮୭୭ ଏଚଆଇଭି ପଜିଟିଭ ଆକ୍ରାନ୍ତ ୩୧ ରୁ ୪୫ ବର୍ଷ ବୟସ ମଧ୍ୟରେ ଥିବାବେଳେ ୧୨୪୦ ଜଣ ୧୬ ରୁ ୩୦ ବର୍ଷ ବୟସର ଅଛନ୍ତି । ସେହିପରି ୧,୨୧୮ ଜଣ ୪୬ ରୁ ୬୦ ବର୍ଷ ବୟସର ଅଟନ୍ତି । ୨୯୩ ଜଣ ୦ ରୁ୧୫ ବର୍ଷ ବୟସର ଏବଂ ୧୩୬ ଆକ୍ରାନ୍ତ ୬୧ ରୁ ୭୫ ବର୍ଷ ବୟସର ଅଛନ୍ତି । ଏଚଆଇଭି ଆକ୍ରାନ୍ତ ୦ ରୁ୧୫ ବୟସ ଶ୍ରେଣୀରେ ୧୬୫ ପୁଅ ଏବଂ ୧୨୮ ଝିଅ ଅଛନ୍ତି ।

ସେହିପରି ୧୬ ରୁ ୩୦ ବୟସ ଶ୍ରେଣୀରେ ୬୮୩ ପୁରୁଷ ଏବଂ ୫୫୬ ମହିଳା, ୩୧ ରୁ ୪୫ ବୟସ ବର୍ଗରେ ୧,୪୬୪ ପୁରୁଷ ଏବଂ ୧୪୧୦ ମହିଳା, ୪୬ ରୁ ୬୦ ବୟସ ବର୍ଗରେ ୬୯୪ ପୁରୁଷ ଏବଂ ୫୨୩ ମହିଳା ଅଛନ୍ତି ।

ତେବେ ରାଜ୍ୟରେ ୭ଟି ଇଣ୍ଟିଗ୍ରେଟେଡ୍ ଆଣ୍ଟିରେଟ୍ରୋଭାଇରାଲ୍ ଥେରାପି ସେଣ୍ଟର (ଏଟିସି)ରେ ଏଚଆଇଭି ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା ଯୋଗାଉଛି ।

ହିମାଚଳ ପ୍ରଦେଶ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟିର ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ କୁମାର କହିଛନ୍ତି ଯେ, ନୂତନ ପିଢି କୁ ଏହି ରୋଗ ବିଷୟରେ ଅବଗତ କରାଇବା ପାଇଁ ଆମେ ଅନ୍ତର୍ଜାତୀୟ ଯୁବ ଦିବସରେ ଏଚ୍ଆଇଭି/ଏଡସ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ ।

Comments are closed.