Latest Odisha News

BREAKING NEWS

ବାଜିଲା ମୋହର; କେଜ୍ରିୱାଲଙ୍କ ସ୍ଥାନରେ କୈଳାସ ଗେହଲଟ ଦିଲ୍ଲୀରେ ପତାକା ଉତ୍ତୋଳନ କରିବେ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥାନରେ ଶିକ୍ଷାମନ୍ତ୍ରୀ ଆତୀଶ ନୁହେଁ ବରଂ ଗୃହମନ୍ତ୍ରୀ କୈଳାସ ଗେହଲଟ ଦିଲ୍ଲୀରେ ପତାକା ଉତ୍ତୋଳନ କରିବେ । ଏନେଇ ଉପରାଜ୍ୟପାଳ କୈଳାସ ଗେହଲଟଙ୍କ ନାଁରେ ଆଜି ମୋହର ମାରିଛନ୍ତି । ଯାହାକୁ ନେଇ ସମସ୍ତ ଦ୍ବନ୍ଦର ସମାପ୍ତି ଘଟିଛି ।

ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ଥିବାବେଳେ, ଅଗଷ୍ଟ ୧୫ରେ ପତାକା ଉତ୍ତୋଳନ ନେଇ ପୂର୍ବରୁ ଶିକ୍ଷାମନ୍ତ୍ରୀ ଆତିଶୀଙ୍କ ନାଁ ଶୁଣିବାକୁ ମିଳିଥିବାବେଳେ, ଆଜି କିନ୍ତୁ ଉପରାଜ୍ୟପାଳ ସକ୍ସେନା କୈଳାସଙ୍କ ନାଁରେ ମୋହର ମାରିଛନ୍ତି ।

ଯାହାକୁ ନେଇ ଆପ୍ ଏବଂ ସକ୍ସେନାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା କୁହାଯାଉଛି । ହେଲେ କେଜ୍ରିୱାଲ ତାଙ୍କ ସ୍ଥାନରେ ଆତିଶୀଙ୍କୁ ପତାକା ଉତ୍ତୋଳନର ଦାୟିତ୍ୱ ଦେବାକୁ ଚାହୁଁଥିବା ନେଇ କୌଣସି ଖବର ଆସିନଥିବା ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Comments are closed.