Latest Odisha News

ଜେଲରୁ ବାହାରିବ ଆଶାରାମ ବାପୁ, ମିଳିଲା ୭ ଦିନର ପାରୋଲ

ଯୋଧପୁର: ଆତ୍ମଘୋଷିତ ବାବା ଆଶାରାମ ବାପୁକୁ ମିଳିଛି ବଡ଼ ଆଶ୍ୱସ୍ତି । ଚିକିତ୍ସା ନିମନ୍ତେ ୭ ଦିନର ପାରୋଲ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ । ଆଶାରାମର ମହାରାଷ୍ଟ୍ରରେ ଚିକିତ୍ସା କରାଯିବ, ସେନେଇ ପୋଲିସ ହେପାଜତରେ ଚିକିତ୍ସା ପାଇଁ ମହାରାଷ୍ଟ୍ର ଯିବ ଆଶାରାମ । ଏନେଇ ହାଇକୋର୍ଟର ବିଚାରପତି ଡକ୍ଟର ପୁଷ୍ପେନ୍ଦ୍ର ସିଂ ଭାଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନ୍ତରୀଣ ପାରୋଲକୁ ଅନୁମୋଦନ କରିଛନ୍ତି ।

ତେବେ ଗତ 10 ତାରିଖରେ ଯୋଧପୁର ସେଣ୍ଟ୍ରାଲ ଜେଲରେ ପୁଣି ଥରେ ଆଶାରାମର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆଶାରାମକୁ ଯୋଧପୁର ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଶାରାମର ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ, ନିଜର ଆଶ୍ରାମ ଭିତରେ ଜଣେ କିଶୋରୀଙ୍କୁ ଆଶାରାମ ଦୁଷ୍କମ କରିଥିଲା । ଏଥିପାଇଁ ଯୋଧପୁରରେ ଥିବା ଗୋଟିଏ ପୋକ୍ସ କୋର୍ଟ ତାକୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ସେ ଯୋଧପୁରର କେନ୍ଦ୍ରୀୟ ଜେଲରେ ବନ୍ଦୀ ଜୀବନ କାଟୁଛି ।

Comments are closed.