Latest Odisha News

ଭିନେଶଙ୍କ ଶୁଣାଣୀ ପୂନର୍ବାର ଘୁଂଚିଲା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ମହିଳା ରେସଲର ଭିନେଶ ଫୋଗଟ ୫୦ କିଗ୍ରା ବିଭାଗର ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଥିଲେ । ତେବେ ଫାଇନାଲ ପୂର୍ବରୁ ଅଧିକ ଓଜନ ଯୋଗୁ ତାଙ୍କୁ ଆଯୋଗ୍ୟ ଘୋଷିତ କରାଯାଇଥିଲା । ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ସେ ଅସୁବିଧାରେ ପଡିଥିଲେ । ପରେ ଭିନେଶ ଏ ନେଇ ସିଏଏସରେ ଆବେଦନ କରିଥିଲେ । ମଙ୍ଗଳବାର ଏ ସମ୍ପର୍କରେ ଶୁଣାଣୀ ହେବାର ଥିଲା । ମାତ୍ର ଶେଷ ମୂହର୍ତରେ ସିଏଏସ ଏହାକୁ ୧୬ ତାରିଖକୁ ଘୁଂଚାଇ ଦେଇଛି । ଯଦି ନିଷ୍ପତି ତାଙ୍କ ସପକ୍ଷରେ ଯିବ ତେବେ ସେ ରୌପ୍ୟ ପଦକ ହାସଲ କରିପାରିବେ । ଆନ୍ନାବେଲେ ବେନ୍ନେଟ୍ଟେ ଏହାର ଶୁଣାଣୀ କରିବେ ।

ପ୍ରାୟତଃ ଆଡ ହକ ପ୍ୟାନେଲକୁ ନିଷ୍ପତି ଶୁଣାଣୀ ପାଇଁ ୨୪ ଘଂଟା ସମୟ ଦିଆ ଯାଇଥାଏ । ଭିନେଶଙ୍କ କ୍ଷେତ୍ରରେ ବାରମ୍ବାର ତାରିଖ ଘୁଂଚାଯିବାକୁ ଭାରତୀୟ କ୍ରୀଡାପ୍ରେମୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସୂଚନାଯୋଗ୍ୟ, ଭିନେଶ ଅଯୋଗ୍ୟ ଘୋଷିତ ହେବା ପରେ ଅବସର ଘୋଷଣା କରିଥିଲେ ।

Comments are closed.