Latest Odisha News

ସାମ୍ନାକୁ ଆସିଲା ରବୀନ୍ଦ୍ରନାଥ ଟାଗୋରଙ୍କ ହାତ ଲେଖା ଜାତୀୟ ସଂଗୀତ

ନୂଆଦିଲ୍ଲୀ: ଦେଶର ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମଗ୍ର ଦେଶ ମନେ ପକାଉଛି। ଏଥିସହିତ ରବୀନ୍ଦ୍ରନାଥ ଟାଗୋରଙ୍କୁ ମନେ ପକାଇଛି ନୋବେଲ କମିଟି।

ଜାତୀୟ ସଂଗୀତ ବଜାଇ ତ୍ରିରଙ୍ଗାକୁ ସମ୍ମାନ ଜଣାଯାଉଛି। ଜାତୀୟ ସଂଗୀତ ରବୀନ୍ଦ୍ରନାଥ ଟାଗୋର ଲେଖିଥିଲା ବେଳେ ତାଙ୍କୁ ବିଶ୍ୱର ସବୁଠାରୁ ବଡ ପୁରସ୍କାର ‘ନୋବେଲ ପୁରସ୍କାର’ ପାଇଥିଲେ। ତେବେ ଏହି ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ ଥିଲେ ସେ। ସେ ଏହି ଜାତୀୟ ସଂଗୀତକୁ ୧୯୧୧ ମସିହା ଡିସେମ୍ବର ୧୧ରେ ଲେଖିଥିଲେ। ସେ ଏହି ଗୀତକୁ ବଙ୍ଗାଳୀ ଭାଷାରେ ଲେଖିଥିଲା ବେଳେ ଏହି ଗୀତର ନାମ ରଖିଥିଲେ ‘ଭାରତୋ ଭାଗ୍ୟୋ ବିଧାତା’। ଏହି ସମୟରେ ତାଙ୍କ ହାତ ଲେଖା ଜାତୀୟ ସଂଗୀତର ଅରିଜିନାଲ୍ ପୃଷ୍ଠା ସାମ୍ନାକୁ ଆସିଛି।

ନୋବେଲ କମିଟି ଏହି ହାତ ଲେଖା ପୃଷ୍ଠାକୁ ସୋସିଆଲ ମିଡିଆରେ ଶେୟାର କରିଛି। “ଭାରତର ଜାତୀୟ ସଂଗୀତ ‘ଜନ ଗଣ ମନ’ର ଇଂରାଜୀ ଅନୁବାଦ, ଯାହା ବଙ୍ଗାଳୀ କବି ରବୀନ୍ଦ୍ରନାଥ ଟାଗୋର ଲେଖିଥିଲେ”।

୧୯୫୦ରେ ଏହାକୁ ଭାରତୀୟ ସମ୍ବିଧାନ ଜାତୀୟ ସଂଗୀତ ରୂପେ ଗ୍ରହଣ କରିଥିଲା। ତେବେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୧୩ରେ ଟାଗୋରଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Comments are closed.