Latest Odisha News

‘ବାମ ଓ ରାମ’ ମିଶି ଏହି ହିଂସା କରୁଛନ୍ତି: ମମତା ବାନାର୍ଜୀ

କୋଲକାତା: କୋଲକାତା ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ସେଠାରେ ହିଂସା ଏବେ ଚରମ ସୀମାରେ ପହଞ୍ଚିଛି । ଏହା ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, କିଛି ରାଜନୈତିକ ବ୍ୟକ୍ତି ବଙ୍ଗଳାରେ ଅଶାନ୍ତି ଓ ଅଶ୍ଲିଳତା ସୃଷ୍ଟି କରିବାକୁ ଚାହୁଁଛନ୍ତି । ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ବିବ୍ରତ ଅଟେ ।

ମମତା କେହିଛନ୍ତି ଯେତେଦୂର ମତେ ସୂଚନା ମିଳିଛି ଏହି ହିଂସା ପାଇଁ ମୁଁ ଛାତ୍ରମାନଙ୍କୁ ଦୋଷ ଦେବିନି । ବିଜେପି ଏବଂ ବାମପନ୍ଥୀ ଦଳକୁ ପରୋକ୍ଷ ଭାବେ କଡା ଟାର୍ଗେଟ କରି କହିଛନ୍ତି ଯେ, ବୁଧବାର ରାତିରେ ଡାକ୍ତରଖାନାରେ ଘଟିଥିବା ବିଶୃଙ୍ଖଳା ପାଇଁ ‘ବାମ ଏବଂ ରାମ’ ଦାୟୀ ।

ତେବେ ସମସ୍ତ ବିବରଣୀ ସିବିଆଇକୁ ଦିଆଯାଇଛି । ତଦନ୍ତ ଚାଲିଛି । ବେଳେବେଳେ ଏପରି ଘଟଣା ଘଟେ । ଉନ୍ନାଓରେ ମଧ୍ୟ ଏକ ଘଟଣା ଘଟିଥିଲା ​। ପୋଲିସ ଯାଞ୍ଚ କରୁଥିଲା, କୋର୍ଟଙ୍କ ଆଦେଶରେ ଆମର କୌଣସି ଆପତ୍ତି ନାହିଁ । ଏହା ଏକ ଛାତ୍ର ଆନ୍ଦୋଳନ ନୁହେଁ ବରଂ ସାମାଜିକ ବିରୋଧୀ ଲୋକଙ୍କ କାର୍ଯ୍ୟ । ଗତକାଲି ପୋଲିସ ଉପରେ ଆକ୍ରମଣ କରାଯାଇଥିଲା ବୋଲି ମମତା କହିଛନ୍ତି ।

ମମତା ବାନାର୍ଜୀ ଆହୁରି କହିଛନ୍ତି, ଏହା ଏକ ବଡ ଅପରାଧ, ଆମେ ଚାହୁଁଛୁ ଅପରାଧୀଙ୍କୁ ଫାଶୀ ଦିଆଯିବା ଉଚିତ୍‌ ।

Comments are closed.