Latest Odisha News

BREAKING NEWS

ଆସୁଛି ଆଉ ଏକ ଲଘୁଚାପ, ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ବାଙ୍ଗଲାଦେଶ ଓ ପାଶ୍ୱବର୍ତୀ ଅଂଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆଜି ନେବ ଲଘୁଚାପର ରୂପ । ଗାଙ୍ଗଟିକ ୱେଷ୍ଟ ବେଙ୍ଗଲଠାରେ ନେଇପାରେ ଲଘୁଚାପର ରୂପ । ଏହା ସହ ରାଜ୍ୟ ଉପରେ ମୌସୁମୀ ଟ୍ରପ ମଧ୍ୟ ସକ୍ରିୟ ରହିଛି । ପ୍ରଭାବରେ ୧୯ ତାରିଖ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କାଁଭାଁ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆଜି ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୪ ଦିନ ଯାଏଁ ପ୍ରବଳ ବର୍ଷିବ। ଏହାସହ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ନୟାଗଡ, ପୁରୀ , ମୟୁରଭଂଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ ଢେଙ୍କାନାଳ, ଗଂଜାମ, କୋରାପୁଟ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଆଜି ବାଲେଶ୍ୱର, ଯାଜପୁର ,ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ ,ସୁନ୍ଦରଗଡ଼, ଦେବଗଡ, ଝାରସୁଗୁଡା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Comments are closed.