ନୂଆଦିଲ୍ଲୀ: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ତଥା ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ହିନ୍ଦୁ ତଥା ଅନ୍ୟ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ନିଶ୍ଚିତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ।
ସୂଚନା ଅନୁସାରେ, ଫୋନରେ କଥା ହେଲା ବେଳେ ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ତଥା ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ନିଶ୍ଚିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିଭିନ୍ନ ବିକାଶମୂଳକ ପଦକ୍ଷେପ ମାଧ୍ୟମରେ ବାଂଲାଦେଶବାସୀଙ୍କୁ ସମର୍ଥନ କରିବାକୁ ସେ ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିବା ସହ ବାଂଲାଦେଶର ହିନ୍ଦୁ ତଥା ଅନ୍ୟ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ମୋଦୀ। ସେପଟେ ବାଂଲାଦେଶର ହିନ୍ଦୁ ତଥା ସମସ୍ତ ସଂଖ୍ୟାଲଘୁ ଗୋଷ୍ଠୀର ସୁରକ୍ଷା ଏବଂ ନିରାପତ୍ତାକୁ ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରାଥମିକତା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଫେସର ୟୁନୁସ ।
Comments are closed.