କଲମ୍ବୋ: ଶ୍ରୀଲଙ୍କା କ୍ରିକେଟର ନିରୋଶନ ଡିକୱେଲା ଡୋପିଂ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଅନିଶ୍ଚିତତା ସମୟ ପାଇଁ ବାସନ୍ଦ କରାଯାଇଛି । ପରବର୍ତୀ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେ କୌଣସି ପ୍ରକାରର କ୍ରିକେଟରେ ଖେଳିପାରିବେ ନାହିଁ । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହା ସ୍ପଷ୍ଟ କରିଛି । ଲଙ୍କା ପ୍ରିମିୟର ଲିଗ ୨୦୨୪ ଅବସରରେ ସେ ଡୋପ ଟେଷ୍ଟରେ ଧରା ପଡିଥିଲେ । ପୂର୍ବରୁ ଏହି ୱିକେଟକିପର ବ୍ୟାଟ୍ସମ୍ୟାନ କୋଭିଡ-୧୯ ପ୍ରୋଟୋକଲ ଉଲ୍ଲଘଂନ କରିଥିଲେ ।
ଏଥିପାଇଁ ତାଙ୍କ ଉପରେ ୧ କୋଟି ଟଙ୍କାର ଜରିମାନା ଓ ୧ ବର୍ଷ ବାସନ୍ଦ ଦଣ୍ଡାଦେଶ ଲାଗୁ କରାଯାଇଥିଲା । ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ଅବସରରେ ସେ ଅନ୍ୟ ୩ଜଣଙ୍କ ସହ ଡରହମ ସଡକରେ ବୁଲୁଥିବା ବେଳେ ଧରା ପଡିଥିଲେ । ଗସ୍ତ ଅଧାରୁ ତାଙ୍କୁ ସ୍ୱଦେଶ ପଠାଇ ଦିଆଯାଇଥିଲା । ଏହି ବିବାଦରେ ଦନୁଷ୍କା ଗୁଣତିଳକା ଓ କୁଶଳ ମେଣ୍ଡିସ ବି ସାମିଲ ଥିଲେ ।
Comments are closed.