Latest Odisha News

BREAKING NEWS

ଶ୍ରୀକ୍ଷେତ୍ରରେ ରାକ୍ଷୀ ପ୍ରସ୍ତୁତ; ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ପୁରୀ: ଆଉ ଦିନକ ପରେ ଭାଇ-ଭଉଣୀର ପବିତ୍ର ସ୍ନେହର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଭାଇର ଶୁଭ ମନାସି ଭାଇ ହାତରେ ସ୍ନେହର ଡୋରି ବାନ୍ଧିବ ଭଉଣୀ । ଆଉ ମାଗିବ ସୁରକ୍ଷାର ପ୍ରତିଶ୍ରୁତି । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ଜଗତରନାଥ ଜଗନ୍ନାଥ ମଧ୍ୟ ଏହି ପରମ୍ପରା ସହ ଜଡିତ । କେବଳ ମଣିଷ ନୁହେଁ ମହାପ୍ରଭୁ ବି ହାତରେ ବାନ୍ଧନ୍ତି ରାକ୍ଷୀ ।

କେଉଁ ଅନାଦି କାଳରୁ ଶ୍ରୀମନ୍ଦିରରେ ପାଳିତ ହୋଇଆସୁଛି ରକ୍ଷାବନ୍ଧନ ଉତ୍ସବ । ଭଉଣୀ ସୁଭଦ୍ରା ବଡଭାଇ ବଳଭଦ୍ର ଓ କାଳିଆ ସାଆନ୍ତ ପ୍ରଭୁ ଜଗନ୍ନାଥଙ୍କ ହାତରେ ବାନ୍ଧନ୍ତି ରାକ୍ଷୀ । ଚଳିତବର୍ଷ ଅଗଷ୍ଟ ୧୯ ତାରିଖ ଅର୍ଥାତ୍ ସୋମବାର ଦିନ ରାକ୍ଷୀ ପୂର୍ଣ୍ଣିମା ଅର୍ଥାତ୍ ଗହ୍ମା ପୂର୍ଣ୍ଣିମା ପଡୁଥିବାରୁ ଶ୍ରୀମନ୍ଦିରରେ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ପାରମ୍ପାରିକ ପାଟରା ବିଷୋୟୀ ସେବାୟତ ମାନେ ।

ଚାରୋଟି ବଡ଼ ରାକ୍ଷୀ ସହ ଗୁଆମାଳ ମଧ୍ୟ ପ୍ରସ୍ତୁତ କରୁଛନ୍ତି ଏହି ସେବାୟତ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ତିଆରି ଚାଲିଛି ୪ଟି ରଙ୍ଗର ରାକ୍ଷୀ । ଆସନ୍ତା ସୋମବାର ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପ୍ରସ୍ତୁତ ଏହି ରାକ୍ଷୀ ଶ୍ରୀମନ୍ଦିରକୁ ଯିବ । ମହାପ୍ରଭୁ ଜଗନ୍ନାଥଙ୍କୁ ହଳଦିଆ, ନାଲିରଙ୍ଗର ରାକ୍ଷୀ ଓ ଗୁଆମାଳ ଲାଗି କରାଯିବ । ସେହିପରି ବଳଭଦ୍ରଙ୍କୁ ସବୁଜ ଓ ବାଇଗଣି ରଙ୍ଗର ରାକ୍ଷୀ ଓ ଗୁଆମାଳ ଲାଗି କରାଯିବ । ଆଉ ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଗେହ୍ଲି ଭଉଣୀ ଦେବୀ ସୁଭଦ୍ରା ।

Comments are closed.