Latest Odisha News

BREAKING NEWS

ମତଦାନ ପାଇଁ ଡାଲ ହ୍ରଦରେ ହେବ ଭାସମାନ ପୋଲିଂ ବୁଥ୍

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏହା ସହ ନିର୍ବାଚନ ଆୟୋଗ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ଜମ୍ମୁ କାଶ୍ମୀରରେ କୌଣସି ଭୋଟରଙ୍କୁ ହାତଛଡ଼ା ନକରିବାକୁ ନିର୍ବାଚନ ଆୟୋଗ ଡାଲ ହ୍ରଦରେ ତିନୋଟି ଏବଂ କଣ୍ଟ୍ରୋଲ୍ ଲାଇନ୍ (ଏଲଓସି)ରେ ଗୋଟିଏ ମତଦାନ କେନ୍ଦ୍ର ସ୍ଥାପନ କରିବେ।
ବିଶେଷକରି ଏଠାରେ ଶହେ ପ୍ରତିଶତ ଅନୁସୂଚିତ ଜନଜାତି ଭୋଟର ବାସ କରନ୍ତି।

ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ମତଦାନ ଦଳ ଡାଲ୍ ହ୍ରଦରେ ଥିବା ତିନୋଟି ଭାସମାନ ମତଦାନ କେନ୍ଦ୍ରକୁ ଡଙ୍ଗା ଓ ଶିକରା ଉପରେ ନିଆଯାଉଛି। ରାଜୀବ କୁମାର କହିଛନ୍ତି ଯେ ତିନୋଟି ମତଦାନ କେନ୍ଦ୍ର ମଧ୍ୟରେ ଶୁମାର ଖାର ମୋହଲ୍ଲା ଆବୀ କରପୋରାରେ କେବଳ ତିନି ଜଣ ଭୋଟର ଅଛନ୍ତି।

Comments are closed.