Latest Odisha News

BREAKING NEWS

୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ: ଭାରତର ରିୟୋହଲାଙ୍ଗ ହେବେ ସହାୟକ ରେଫରୀ

ନୂଆଦିଲ୍ଲୀ: ଡୋମିନିକନ ଗଣରାଜ୍ୟରେ ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଆୟୋଜିତ ହେବ । ୧୦ ଅକ୍ଟୋବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଭାରତର ରିୟୋହଲାଙ୍ଗ ଧରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ତାଙ୍କୁ ୩୮ ମ୍ୟାଚ ଅଧିକାରୀଙ୍କ ତାଲିକାରେ ସାମିଲ କରାଯାଇଛି । ସେ ସହାୟକ ରେଫରୀ ଭାବେ ଦାୟିତ୍ୱ ତୁଲାଇବେ । ୨୦୧୬ରେ ଉବେନା ଫର୍ଣ୍ଣାଣ୍ଡିଜ ପ୍ରଥମ ଭାରତୀୟ ମହିଳା ରେଫରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ମେଘାଳୟ ପୋଲିସରେ କାର୍ଯ୍ୟରତ ରିୟୋହଲାଙ୍ଗ କହିଛନ୍ତି, ବିଶ୍ୱକପରେ ନିଯୁକ୍ତି ମିଳିବା ମୋ ପାଇଁ ଗର୍ବର ବିଷୟ ।

ଫିଫା ମୋ ଉପରେ ବିଶ୍ୱାସ ରଖିଥିବାରୁ ମୋ ଦାୟିତ୍ୱ ଆହୁରି ବଢ଼ିଯାଇଛି । ଫୁଟବଲ ଖେଳିବା ବନ୍ଦ କରିବା ପରେ ସେ ରେଫରୀ ହେବା ପାଇଁ ଉଦ୍ୟମ କରିଥିଲେ । ୨୦୦୯ ପରଠାରୁ ମୁଁ ଏହି କାର୍ଯ୍ୟ ସୁଚାରୁରୂପେ ତୁଲାଇ ଆସୁଛି । ରାଜ୍ୟ ସଂଘ, ଏଆଇଏଫଏଫ ଓ ସାଥୀ କର୍ମଚାରୀଙ୍କ ସହଯୋଗ ଯୋଗୁ ଏହା ସମ୍ଭବପର ହୋଇଛି ବୋଲି ସେ କହିଛନ୍ତି ।

Comments are closed.