Latest Odisha News

ଉପରମୁହାଁ ମଙ୍କି ପକ୍ସ: ସତର୍କ ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ମାଡୁଛି ମଙ୍କିପକ୍ସ ବା ଏମ-ପକ୍ସ । ପ୍ରଥମେ ପାକିସ୍ତାନ ଆଉ ଏବେ ଆଫ୍ରିକାରେ ଏମ- ପକ୍ସ ସ୍ଥିତି ଜାହିର କରିବା ପରେ ଏବେ ଭାରତର ଚିନ୍ତା ବଢିଛି । ତେବେ ଭାରତରେ ଏହାର ସ୍ଥିତି ନଥିଲେ ମଧ୍ୟ ଏନେଇ ଆଗୁଆ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ମଙ୍କିପକ୍ସ ସଂକ୍ରମଣ ସ୍ଥିତି ଓ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି  ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ।

ଏଥିସହିତ ଏୟାରପୋର୍ଟ, ସାମୁଦ୍ରିକ ବନ୍ଦର ଓ ସ୍ଥଳସୀମାରେ ସ୍ବାସ୍ଥ୍ୟ ୟୁନିଟ୍ ଖୋଲି ସଚେତନ କରିବାକୁ, ଟେଷ୍ଟି ଲାବ୍ ପ୍ରସ୍ତୁତ କରିବାକୁ ଏବଂ ସଂକ୍ରମଣ ସ୍ଥିତି ଉପୁଜିଲେ ଏହାକୁ ଚିହ୍ନଟ କରିବା, ସଙ୍ଗରୋଧ ଓ ଚିକିତ୍ସା ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବା ପାଇଁ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି  । ଏହା ସହିତ ଏମ-ପକ୍ସ ରୋଗକୁ ରୋକିବା ପାଇଁ ସରକାର ଆଗୁଆ ସଜାଗ ଅଛନ୍ତି ବୋଲି କହିଛନ୍ତି ନଡ୍ଡା ।

ତେବେ କହିରଖୁଛୁ, ମଙ୍କିପକ୍ସ ଏକ ସଂକ୍ରମିତ ଜୀବାଣୁ ଯାହା ଏଯାବତ ପ୍ରାୟ ୭୦ଟି ଦେଶରେ ବ୍ୟାପି ସାରିଲାଣି । କିନ୍ତୁ ଏହାର କୌଣସି ବି ମାମଲା ଭାରତରେ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ । ଏଥିରେ ପଡୋଶୀ ପାକିସ୍ତାନ, ଆଫ୍ରିକା, ଉଗାଣ୍ଡା, କଙ୍ଗୋ, ରୁୱାଣ୍ଡା, କେନିଆ, ବୁରୁଣ୍ଡି ଏବଂ ସ୍ୱିଡେନ ଦେଶ ସାମିଲ ରହିଛି । ଏଥିରେ ପ୍ରାୟ ୧୪ ହଜାର ମାମଲା ଚିହ୍ନଟ ହୋଇଥିବା ବେଳେ ଏଯାବତ ୫୪୨ ଜଣଙ୍କର ମୃତ୍ୟୁ ହେଲାଣି ।

ତେବେ ୨୦୨୨ ରେ ଏହାର କିଛି ସ୍ଥିତି ଭାରତରେ ଦେଖାଦେଇଥିବା ବେଳେ ଆମେରିକା ଓ ବ୍ରିଟେନରେ ମଧ୍ୟ ଏହା ବ୍ୟାପିଥିଲା ।

ତେବେ ଏହି ରୋଗରେ ସଂକ୍ରମିତ ହେଲେ ରୋଗୀଟିକୁ ଜ୍ବର, ମୁଣ୍ଡବିନ୍ଧା, ଶରୀର ଓ ମାଂସପେଶୀ ଘୋଳାବିନ୍ଧା ଏବଂ ହାଡଫୁଟି ଆଦି ଲକ୍ଷଣ ଦେଖାଦେଉଛି । ତେବେ ଏହାର କିଛି ସିଧାସଳଖ ଚିକିତ୍ସା ନଥିବାରୁ ଡାକ୍ତରମାନେ ସଂକ୍ରମିତ ରୋଗୀଙ୍କୁ ପୋଷକ ଖାଦ୍ୟ ଖାଇବା, ଆବଶ୍ୟକ ଅନୁଯାୟୀ ପାଣି ପିଇବା ସହିତ ଚର୍ମକୁ ନକୁଣ୍ଡାଇବା ପାଇଁ ପରାମର୍ଶ ଦେଇଛନ୍ତି ।

Comments are closed.