Latest Odisha News

BREAKING NEWS

କୋଲକାତା ଲଜ୍ଜା: ପୋଷ୍ଟମର୍ଟମ ରିପୋର୍ଟରୁ ମିଳିଲା ଛାତିଥରା ତଥ୍ୟ, ଡାକ୍ତରଙ୍କ ଦେହରେ ୧୪ଟି ଗଭୀର କ୍ଷତ

କୋଲକାତା: କୋଲକାତା ଆର୍‌.ଜି କର୍‌ ମେଡିକାଲ କଲେଜ ଲଜ୍ଜା ଘଟଣା। ଆସିଲା ବ୍ୟବଚ୍ଛେଦ ରିପୋର୍ଟ। ପୋଷ୍ଟମର୍ଟମ ରିପୋର୍ଟରୁ ମିଳିଲା ଛାତିଥରା ତଥ୍ୟ। ଡାକ୍ତରଙ୍କ ଦେହରେ ୧୪ଟି ଗଭୀର କ୍ଷତ। ଜୀବନ ବଞ୍ଚାଇବାକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ପୀଡ଼ିତା। ମହିଳା ଡାକ୍ତରଙ୍କୁ ଅତି ବୀଭତ୍ସ ଭାବେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା।

ଡାକ୍ତରଙ୍କ ଶରୀରର ବିଭିନ୍ନ ସ୍ଥାନରେ ରହିଥିଲା ୧୪ଟି ଗଭୀର କ୍ଷତ। ମୁଣ୍ଡ, ମୁହଁ, ବେକ, ହାତ ଏବଂ ଗୁପ୍ତାଙ୍ଗରେ ରହିଥିଲା ଗଭୀର କ୍ଷତ। ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ହୋଇଥିବା ମଧ୍ୟ ପିଏମ୍‌ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତଣ୍ଟିଚିପି ଶ୍ବାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିବା ସ୍ପଷ୍ଟ କରାଯାଇଛି।

ବଳପୂର୍ବକ ଟ୍ରେନି ଡାକ୍ତରଙ୍କ ସହିତ ଦୁଷ୍କର୍ମ କରାଯାଇଛି। ଏହା ବ୍ୟତୀତ ନାକ, କାନ୍ଧରେ ଆଘାତ ଲାଗିଛି। ବେକରେ କ୍ଷତ ଚିହ୍ନ ଥିବାରୁ ପୀଡ଼ିତା ଅଭିଯୁକ୍ତଙ୍କ କବଳରୁ ରକ୍ଷା ପାଇବା ପାଇଁ ବହୁ ଉଦ୍ୟମ କରିଛନ୍ତି। କିନ୍ତୁ ଶେଷରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଛାତିରେ ଆଘାତ ଯୋଗୁଁ ଫୁସଫୁସରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିଛି। କଲକାତା ଆର.ଜି. କର ଡାକ୍ତରଖାନାରେ ୩୧ ବର୍ଷୀୟା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି।

Comments are closed.