Latest Odisha News

ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ, ତିନି ଗିରଫ

ଯାଜପୁର: ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ l ସିରିଜ ଚୋରି ଘଟଣାରେ ତିନି ଜଣଙ୍କୁ ଗିରଫ କଲା ପୋଲିସ l ଯାଜପୁର ଥାନା ବୈଦ୍ୟନାଥନଗର ରେ ହୋଇଥିବା ସିରିଜ ଚୋରୀ ଘଟଣାର ପର୍ଦ୍ଦାଫାଶ କଲା ଯାଜପୁର ପୋଲିସ। ଚୋରୀ ଘଟଣାରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ବହୁ ଚୋରୀ ସାମଗ୍ରୀ ଉଦ୍ଧାର କରିଛି ଯାଜପୁର ପୋଲିସ ।

ସୂଚନା ଅନୁସାରେ, ଗତ ଅଗଷ୍ଟ ୧୦ ତାରିଖରେ ବୈଦ୍ୟନାଥନଗରର ତିନିଜଣଙ୍କ ଘରେ ଚୋରୀ ହୋଇଥିବା ନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଏକ ସ୍ଵତନ୍ତ୍ର ଟିମ ଗଠନ କରି କେନ୍ଦ୍ରାପଡା ଜିଲ୍ଲାର ଦୁଇ ଜଣ ଏବଂ ଯାଜପୁର ଅକରପଡ଼ା ଗ୍ରାମର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା, ନଗଦ ଟଙ୍କା, ଦୁଇଟି ମଟର ସାଇକେଲ ସମେତ ୪ଟି ମୋବାଇଲ ଜବତ ହୋଇଛି l ଏନେଇ ସୂଚନା ଦେଇଛନ୍ତି ଯାଜପୁର ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର l

Comments are closed.