Latest Odisha News

BREAKING NEWS

ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ, ଥିରୁଭନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ

ଥିରୁଅନନ୍ତପୁରମ: ମୁମ୍ବାଇ-ଥିରୁଅନନ୍ତପୁରମ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ। ବୋମା ଧମକ ନେଇ ପାଇଲଟଙ୍କ ସୂଚନା ପରେ ବିମାନରେ ବୋମା ଆତଙ୍କ। ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଏମର୍ଜେନ୍ସୀ ଘୋଷଣା। ଆଇସୋଲେସନ ସ୍ଥାନରେ ବିମାନକୁ ରଖି ଯାତ୍ରୀଙ୍କୁ କରାଗଲା ସ୍ଥାନାନ୍ତର।

ଏହି ଘଟଣାକୁ ନେଇ କେରଳର ରାଜଧାନୀ ଥିରୁଭାନନ୍ତପୁରମସ୍ଥିତ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ବିମାନବନ୍ଦରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏୟାର ଇଣ୍ଡିଆ ଫ୍ଲାଇଟ ୬୫୭ ତିରୁଭାନନ୍ତପୁରମ ବିମାନବନ୍ଦରରେ ଅବତରଣ କରିଛି। ବିମାନକୁ ଅଲଗା ସ୍ଥାନରେ ରଖାଯାଇ ବୋମା ବିମାନ ଭିତରେ ଅଛି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି।

ସୂଚନା ଥାଉକି ଏୟାର ଇଣ୍ଡିଆର ବିମାନ ୬୫୭ ମୁମ୍ବାଇରୁ ଉଡ଼ାଣ ଭରିଥିଲା। ପରେ ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଏହାକୁ କେରଳର ଥିରୁଭନନ୍ତପୁରମରେ ଜରୁରୀ ଅବତରଣ କରାଯାଇଛି। ୧୩୫ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଯାଞ୍ଚ ପାଇଁ ପହଞ୍ଚିଛି ଟିମ୍। ସକାଳ ୮ଟା ବେଳେ ବିମାନର ଅବତରଣ ପରେ ଏହାକୁ ଆଇସୋଲେସନରେ ରଖାଯାଇଛି।

Comments are closed.