Latest Odisha News

BREAKING NEWS

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲ୍ୟାବ ଆସିଷ୍ଟାଣ୍ଟ

ଝାରସୁଗୁଡା: ଭିଜିଲାନ୍ସ ଜାଲରେ କୃଷି ବିଭାଗ ଲ୍ୟାବ ଆସିଷ୍ଟାଣ୍ଟ। ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ। ଝାରସୁଗୁଡା କୃଷି ବିଭାଗ ମୃତ୍ତିକା ପରୀକ୍ଷାଗାରର ଲ୍ୟାବ ଆସିଷ୍ଟାଣ୍ଟ ଗଣେଶ କଲସେରଙ୍କୁ ଭିଜିଲାନ୍ସ ମାଡ଼ି ବସିଛି।

ସୂଚନା ଅନୁସାରେ, ଚାକିରି ହରାଇଥିବା ଜଣେ ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି କରାଇଦେବାକୁ କହି ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଲ୍ୟାବ ଆସିଷ୍ଟାଣ୍ଟ ଗଣେଶ କଲସେର l ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଉକ୍ତ ବ୍ୟକ୍ତି ଜଣଙ୍କ l ଯୋଜନା ମୁତାବକ ଆଜି ଉକ୍ତ ବ୍ୟକ୍ତି ଜଣଙ୍କ ଲାଞ୍ଚ ଟଙ୍କା ନେଇ ଅଫିସ ଆସିଥିଲେ l ଲ୍ୟାବ ଆସିଷ୍ଟାଣ୍ଟ ଗଣେଶ କଲସେରଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ପୂର୍ବରୁ ଲୁଚି ବସିଥିବା ଭିଜିଲାନ୍ସ ଟିମ ତାଙ୍କୁ ମାଡି ବସିଥିଲା l ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ବାସଭବନ ସମେତ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ l

Comments are closed.