Latest Odisha News

ଏଣିକି ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ୟାକେଟରେ ରହିବନି ଏ୧ ଓ ଏ୨ ଲେବଲ୍

ନୂଆଦିଲ୍ଲୀ: ଏଣିକି ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ୟାକେଟରେ ଏ୧ ଓ ଏ୨ ଲେବଲ୍ ଲେଖିଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ । ସମସ୍ତ ପ୍ରକାରର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରେ ଏ୧ ଓ ଏ୨ ଲେବଲ୍ ଲେଖିବାକୁ ବାରଣ କରିଛି ଏଫ୍ଏସଏସଏଆଇ । ଏହା ଉପଭୋକ୍ତାଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରୁଥିବାରୁ ଏପରି ନିର୍ଦ୍ଦେଶ ଦେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ।

ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣର କହିବାନୁସାରେ, ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ୟାକେଟରେ ଏ୧ ଓ ଏ୨ ପ୍ରୋଟିନ୍‌ ସଂପର୍କରେ ପ୍ୟାକେଟରେ ଲେଖିବା ଦ୍ଵାରା ଲୋକଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି ହୋଇଥାଏ। ତେଣୁ ଆଗକୁ ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟରେ ଏ୧ ଓ ଏ୨ ଲେବଲ୍ ରହିବ ନାହିଁ। ଯଦି ପୂର୍ବରୁ ଛାପା ବା ପ୍ରିଣ୍ଟ୍ ହୋଇଥିବା ପ୍ୟାକେଟରେ ଲେବଲ୍ ରହିଥାଏ, ତେବେ ୬ ମାସ ମଧ୍ୟରେ ଏହାକୁ ହଟାଇବାକୁ ଏଫ୍ଏସଏସଏଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.