Latest Odisha News

BREAKING NEWS

ଦେଶ ଠାରୁ ରାଜ୍ୟରେ ବେକାରୀ ଅଧିକ, ୧୦ ବର୍ଷରେ ମାତ୍ର ୮ ହଜାର ନିଯୁକ୍ତି

ଭୁବନେଶ୍ବର: ଦେଶ ଠାରୁ ବଳିଯାଇଛି ଓଡିଶାର ବେକାରୀ ସମସ୍ୟା । ଜାତୀୟ ସ୍ତରରେ ବେକାରୀ ହାର ୩.୨ ପ୍ରତିଶତ ହୋଇଥିବା ବେଳେ ରାଜ୍ୟରେ କିନ୍ତୁ ଏହା ୩.୯ ପ୍ରତିଶତ । ଆଜି ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଲିଖିତ ପ୍ରଶ୍ନରେ କିଛି ଏମିତି ଉତ୍ତର ରଖିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ସ୍ବାଇଁ ।

ଏନେଇ ମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ମାତ୍ର ୮ ହଜାର ୪ ଶହ ୧ ଜଣ ନିଯୁକ୍ତି ପାଇଛନ୍ତି । ବେକାରୀ ହାରରେ ଦେଶକୁ ବି ଓଡିଶା ଟପିଯାଇଛି । ବେକାରୀ ହାରରେ ସଡିଶା ଦେଶରେ ୨୧ ନମ୍ବର ସ୍ଥାନରେ ରହିଛି । ଆଉ ସହରାଞ୍ଚଳର ସ୍ଥିତି ତ କହିଲେନସରେ । ଯେଉଁଠି ଗ୍ରାମାଞ୍ଚଳରେ ବେକାରୀଙ୍କ ହାର ୩.୬ ପ୍ରତିଶତ ସେଠି ସହରାଞ୍ଚଳରେ ୬.୨ ପ୍ରତିଶତ ଛୁଇଁଛି ବେକାରୀ ହାର । ଅର୍ଥାତ୍ ଗାଁ ଠାରୁ ଅଧିକ ଲୋକ ସହରରେ ବେକାର । ଏଥିସହିତ ଗତ ୧୦ ବର୍ଷ ମଧ୍ୟରେ ଚାକିରୀ ପାଇଁ ୧୧ ଲକ୍ଷ ୪ ହଜାର ୨୩୭ ଜଣ ପଞ୍ଜୀକରଣ କରିଥିବା ବେଳେ ସେବାନଙ୍କ ମଧ୍ୟରୁ ମାତ୍ର ମାତ୍ର ୮୪୦୧ ଜଣ ନିଯୁକ୍ତି ପାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.