Latest Odisha News

ପାକିସ୍ତାନରେ ଲ୍ୟାଣ୍ଡ କଲା ଭାରତୀୟ ସେନା ଡ୍ରୋନ୍‌, ଆଉ ତା ପରେ…

ନୂଆଦିଲ୍ଲୀ: ଭାରତ-ପାକିସ୍ଥାନ ସୀମାରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜି ଭାରତୀୟ ସେନାର ଏକ ଡ୍ରୋନ୍ ଭୁଲବଶତଃ ଏଲଓସି ଡେଇଁ ପାକିସ୍ତାନରେ ପ୍ରବେଶ କରିଛି । ଏହି ଘଟଣା ସମ୍ପର୍କରେ ଭାରତୀୟ ସେନା ବିସ୍ତୃତ ସୂଚନା ଦେଇଛି । ଡ୍ରୋନ୍ ଏକ ଟ୍ରେନିଂ ମିଶନରେ ଥିବାବେଳେ ଏହି ଘଟଣା ଘଟିଥିଲା ​​ଏବଂ ଯାନ୍ତ୍ରିକ ତ୍ରୁଟି ହେତୁ ଏହା ନିୟନ୍ତ୍ରଣ ହରାଇ ପାକିସ୍ତାନ ଅଞ୍ଚଳରେ ପ୍ରବେଶ କରିଥିଲା ।

ଆଜି ସକାଳ ୯ଟା ୨୫ରେ ଏହି ଘଟଣା ଘଟିଥିଲା । ସେନାର ଡ୍ରୋନଟି ସବୁଥର ପରି ସର୍ଭେଲାନ୍ସ ପାଇଁ ଉଡ଼ାଣ ଭରିବାର କିଛି ସମୟ ପରେ ନିୟନ୍ତ୍ରଣ ହରାଇଥିଲା ଏବଂ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲା ।

ତେବେ ସୀମା ସେପଟେ ଏହା ଲ୍ୟାଣ୍ଡ କରିବାରୁ ପାକିସ୍ତାନ ସେନା ଏହାକୁ ଜବତ କରିନେଇଛି । ଡ୍ରୋନକୁ ଫେରାଇବା ପାଇଁ ପାକିସ୍ତାନୀ ସେନାକୁ ଏକ ହଟଲାଇନ ବାର୍ତ୍ତା ପଠାଯାଇଛି ।

Comments are closed.