Latest Odisha News

ସୁଭଦ୍ରାକୁ ନେଇ ତେଜିଲା ରାଜନୀତି: ବିରୋଧୀ ନେତାଙ୍କୁ କଡା ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୁଭଦ୍ରା ଯୋଜାନକୁ ନେଇ ତେଜିଲା ରାଜନୀତି । ମୁହାଁମୁହିଁ ହେଲେ ଶାସକ ଓ ବିରୋଧୀ ଦଳ । ନିଜ ଏକ୍ସ ହ୍ୟାଣ୍ଡେଲରେ ସୁଭଦ୍ରା ଏସଓପିକୁ ନେଇ ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଯାହାକୁ ନେଇ କଡା ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ପୁରୀରେ ଆୟୋଜିତ ହୋଇଥିବା ବିଜେପି ବୈଠକରେ ବିରୋଧୀଙ୍କ ସମାଲୋଚନାକୁ କାଉଣ୍ଟର କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପୂର୍ବ ସରକାରର କାଳିଆ ଯୋଜନା ପ୍ରସଙ୍ଗ ଉଠାଇଛନ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଦେବେ କହିଥିଲେ । ହେଲେ ୪ ହଜାର ଦେଇଛନ୍ତି ଆଉ ୬ ହଜାରର ଦେଖାନାହିଁ । ମିଛ କହିଥିବା ଲୋକଙ୍କୁ ସବୁକଥାରେ ମିଛ ହିଁ ଦେଖାଯାଏ । ଯେହେତୁ ପୂର୍ବରୁ ସେମାନେ ଓଡିଶାର ଲୋକଙ୍କୁ ଭକୁଆ ବନାଇଛନ୍ତି, ସେମାନଙ୍କୁ ଲାଗୁଛି ଆମେ ଟଙ୍କା ଦେଇ ପାରିବୁନି । କିନ୍ତୁ ସୁଭଦ୍ରା ଯୋଜନା ସତ । ଏଥିପାଇଁ ୧କୋଟି ୮ଲକ୍ଷ ତାଲିକା ଭୁକ୍ତ କରାଯାଇଛି ।

ଏଥିସହିତ ଉପମୁଖ୍ୟମନ୍ତ୍ରୀ ଏହା ବି ସ୍ପଷ୍ଟ କରିଛନ୍ତି ଯେ, ଭତ୍ତା ପାଉଥିବା ବିଧବା. ଭିନ୍ନକ୍ଷମ ଓ କଳାକାର ଭତ୍ତା ପାଉଥିବା ମହିଳାମାନେ ମଧ୍ୟ ଏହି ଯୋଜନାରେ ସାମିଲ ହେବେ । ୨୧ରୁ ବର୍ଷରୁ ଉର୍ଦ୍ଧ୍ବ ଛାତ୍ରୀମାନେ ୧୫ ହଜାର ସ୍କଲାରସିପ ପାଉଥିଲେ ମଧ୍ୟ ଏହି ଯୋଜନାରେ ଟଙ୍କା ପାଇବେ । ଏହି ଯୋଜନାରେ ସାମିଲ ହେବାକୁ ହେଲେ ମହିଳାଙ୍କୁ ପ୍ରଥମେ ସେଲ୍ଫ ଡିକ୍ଲାରେସନ ଦେବାକୁ ହେବ ଓ ପରେ ସ୍ଥାନୀୟ ବିଧାୟକ ତାକୁ ମଞ୍ଜୁରୀ ଦେଲେ ଉକ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ।

ତେବେ କହିରଖୁଛୁ, ସୁଭଦ୍ରା ଯୋଜନା ଏସଓପିକୁ ଗ୍ୟାରେଣ୍ଟି ନା ଧୂଆଁବାଣ ବୋଲି କହିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଯାହାକୁ କଟାକ୍ଷ କରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Comments are closed.