Latest Odisha News

BREAKING NEWS

ଲଦାଖରେ ୫ ନୂଆ ଜିଲ୍ଲା ଘୋଷଣା କଲା କେନ୍ଦ୍ର

ଲେହ: ଲଦାଖରେ ୫ ନୂଆ ଜିଲ୍ଲାର ନାଁ ଘୋଷଣା କଲେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୫ ନୂଆ ଜିଲ୍ଲା ଗଠନ ନେଇ ସୂଚନା ଦେଇଛନ୍ତି । ଗୃହ ମନ୍ତ୍ରାଳୟ ଗଠନ କରିଥିବା ୫ ଜିଲ୍ଲାଗୁଡିକ ହେଲା; ଜନସ୍କାର, ଦ୍ରାସ୍‌, ଶାମ୍‌, ନୁବ୍ରା ଏବଂ ଚାଙ୍ଗ୍‌ଥାଙ୍ଗ ।

ତେବେ ଏହାକୁ ନେଇ ଗୃହ ମନ୍ତ୍ରାଳୟ କହିଛି, ଏହି ଜିଲ୍ଲାଗୁଡିକ ଗଠନ ଦ୍ବାରା ଲୋକଙ୍କୁ ସେବା ଯୋଗାଇବାରେ ସୁବିଧା ହେବ ଏବଂ ସେଠିକା ଜନସାଧାରଣ ସରକାରଙ୍କର ଅଧିକ ନିକଟତର ହେବେ । ମୋଦି ସରକାର ଲଦାଖ ଲୋକଙ୍‌କ ପାଇଁ  ବିପୁଳ ପରିମାଣର ସୁଯୋଗ ଯୋଗାଇଦେବାକୁ ଚାହାନ୍ତି ବୋଲି ନିଜ ଏକ୍ସରେ ଲେଖିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା ।

ଏଥିସହିତ ଲଦାଖ ସରକାରଙ୍କର ଓ୍ବେବସାଇଟ ଅନୁଯାୟୀ, ଲଦାଖର ଦୁଇଟି ଜିଲ୍ଲା ଲଦାଖର ରାଜଧାନୀ ଭାବେ ପରିଚିତ ହେବ, ତାହା ହେଲା ଲେହ ଓ କାରଗିଲ୍ ।

ତେବେ ୨୦୧୯ର ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ ଦ୍ବାରା ପୂର୍ବ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ଗୋଟିଏ ଜାମ୍ମୁ କାଶ୍ମୀରର ଯାହାର ନିଜସ୍ୱ ବିଧାନସଭା ଅଛି ଏବଂ ଅନ୍ୟଟି ଲଦାଖ, ଯାହାର ବିଧାନସଭା ନାହିଁ ।

Comments are closed.