Latest Odisha News

BREAKING NEWS

ବିଳମ୍ବରେ ଆସିଲେ ବୋଲି ଗରମ ପାଣି ଫୋପାଡିଲେ ହାବିଲଦାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଗ୍ନିଶମ କେନ୍ଦ୍ରରେ ଥିବା ଜଣେ କନଷ୍ଟେବଳଙ୍କ ଉପରେ ଅଗ୍ନିଶମ ବିଭାଗର ହାବିଲଦାର ରବିବାର ଦିନ ଗରମ ପାଣି ଫୋପାଡି ଥିବା ଅଭିଯୋଗ ହୋଇଛି।

ଆହତ କନଷ୍ଟେବଳଙ୍କ ନାମ ଦୁଷ୍ୟନ୍ତ ଦେହୁରୀ ବୋଲି ଜଣାପଡିଛି।ସେ ବାରମ୍ବାର ବ୍ୟାରାକକୁ ବିଳମ୍ବରେ ଆସୁଥିବା ବେଳେ ଇନ୍‌-ଚାର୍ଜ ହାଭିଲଦାର ତାଙ୍କ ଉପରେ ବିରକ୍ତ ହୋଇଥିଲେ। ଏନେଇ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରିବର୍ତ୍ତେ ରବିବାର ରାତିରେ ହାବିଲଦାର ନୁତନ ମଲିକ ତାଙ୍କ ଉପରେ ଗରମ ପାଣି ପକାଇ ଦେଇଥିବାର ଅଭିଯୋଗ ହୋଇଛି।

ଆହତ କନଷ୍ଟେବଳଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Comments are closed.