Latest Odisha News

ପଦ୍ମ ଧରିବେ ଚମ୍ପାଇ ସୋରେନ୍

ନୂଆଦିଲ୍ଲୀ: ବିଜେପିରେ ଯୋଗଦେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା JMM ନେତା ଚମ୍ପାଇ ସୋରେନ୍ । ଆସନ୍ତା ୩୦ ତାରିଖରେ ସେ ବିଜେପିରେ ମିଶିବେ ବୋଲି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ବିଦ୍ରୋହ ମୁଡରେ ଥିବା ଚମ୍ପାଇ ସୋରେନ୍ ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ସବୁ ଚର୍ଚ୍ଚାର ଅନ୍ତ ଘଟିଛି।

ଚମ୍ପାଇ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଆସନ୍ତା ୩୦ ତାରିଖରେ ରାଞ୍ଚିରେ ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି । ପୂର୍ବରୁ ଦିଲ୍ଲୀ ଗସ୍ତରେ ଯାଇ ସୋସିଆଲ ମିଡିଆ ଆକାଉଣ୍ଟରେ ବିଜେପିରେ ଯୋଗ ଦେବା ନେଇ ନିଜ ମନ୍ତବ୍ୟ ପୋଷ୍ଟ କରିଥିଲେ।

ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ବେଳେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ । ତେବେ ଜେଲରୁ ଜାମିନରେ ଆସିବା ପରେ ଚମ୍ପାଇଙ୍କୁ ହଟାଇ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମନ୍ତ ସୋରେନ । ଏହାପରେ ଜେଏମଏମରେ ବିବାଦ ଦେଖାଦେଇଥିଲା । ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ୍‌ ଗିରଫ ହେବା ପରେ ୬୭ ବର୍ଷୀୟ ଚମ୍ପାଇ ଗତ ଫେବୃଆରୀ ୨ ତାରିଖରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଓ ଜୁଲାଇ ୩ରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

Comments are closed.