Latest Odisha News

ମହିଳା ଟି୨୦ ବିଶ୍ୱକପ: ଘୋଷଣା ହେଲା ଭାରତୀୟ ଟିମ

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପର ଆଗାମୀ ସଂସ୍କରଣ ୟୁଏଇରେ ଆୟୋଜିତ ହେବ । ମଙ୍ଗଳବାର ବିସିସିଆଇ ଏ ନେଇ ଭାରତୀୟ ଦଳ ଘୋଷଣା କରିଛି । ୧୫ ଜଣିଆ ଦଳର ନେତୃତ୍ୱ ହରମନପ୍ରୀତ କୌର ନେବେ । ଏହି ଟୁର୍ଣ୍ଣାମେଂଟ ବାଂଲାଦେଶରୁ ସ୍ଥାନାନ୍ତରିତ ହୋଇ ୟୁଏଇରେ ଆୟୋଜିତ ହେବ । ଭାରତ ଗ୍ରୁପ ଏରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ସହିତ ରହିଛି । ଦୁବାଇ ଓ ଶାରାଜାରେ ସମସ୍ତ ମ୍ୟାଚ ଖେଳାଯିବ ।

ଭାରତୀୟ ଟିମ: ହରମନପ୍ରୀତ କୌର(ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ୟୁଜ, ରିଚା ଘୋଷ, ୟାସ୍ତିକା ଭାଟିୟା, ପୂଜା ବସ୍ତ୍ରକାର, ଅରୁନ୍ଧତି ରେଡ୍ଡୀ, ରେଣୁକା ସିଂ ଠାକୁର, ଡାୟଲନ ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟାଙ୍କ ପାଟିଲ, ସଜନା ସଜୀବନ । ଟ୍ରାଭେଲିଙ୍ଗ ରିଜର୍ଭ – ଉମା ଛେତ୍ରର, ତନୁଜା କଁଓର, ସାଇମା ଠାକୁର । ନନ ଟ୍ରାଭେଲିଙ୍ଗ ରିଜର୍ଭ- ରାଧବୀ ବିଷ୍ଟ, ପ୍ରିୟ ମିଶ୍ର ।

Comments are closed.