Latest Odisha News

BREAKING NEWS

ଟଙ୍କା ବୁହା ଗାଡ଼ିରୁ ସୁନା ଓ ରୂପ ଜବତ ଘଟଣା: ଜିଏସଟି ଅଫିସରେ ଏକାଧିକ ସୁନା ଦୋକାନୀ

ଭୁବନେଶ୍ୱର: ଟଙ୍କା ବୁହା ଗାଡ଼ିରୁ ୮୦ କେଜି ସୁନା ଓ ରୂପ ଜବତ ଘଟଣାରେ ନୂଆ ମୋଡ l ଜିଏସଟି ଅଫିସରେ ପହଞ୍ଚିଲେ ଏକାଧିକ ସୁନା ଦୋକାନୀ l ବିଭିସି ଲଜିଷ୍ଟିକ୍ସ କୋରିଅର ଜରିଆରେ ସୁନା ଆଣୁଥିବା ନେଇ କହିଛନ୍ତି ଉକ୍ତ ସୁନା ଦୋକାନୀ ମାନେ l ନିଜ ସୁନା ସଂପର୍କିତ ତଥ୍ୟ ମଧ୍ୟ ଦେଉଛନ୍ତି ଦୋକାନୀମାନେ l ଏପରିକି ଇନଭଏସ୍‌ କପି ନେଇ ତଦନ୍ତକାରୀ ଟିମ୍‌କୁ ଦେଖାଉଛନ୍ତି l ଅନ୍ୟପଟେ ବିଭିସି ଲଜିଷ୍ଟିକ୍ସ ଆଞ୍ଚଳିକ ମୁଖ୍ୟଙ୍କୁ ଡକାଯାଇଛି l ସେ ପହଞ୍ଚିବା ପରେ ଜବତ ସୁନା ଓ ରୁପା ଓଜନ କରାଯିବ ବୋଲି ସୂଚନା ମିଳିଛି l

ସୂଚନାଯୋଗ୍ୟ ଯେ, ଗତକାଲି ଭୁବନେଶ୍ବର ଏୟାରପୋର୍ଟରୁ ଦୁଇଟି ଗାଡି ଆସୁଥିବା ବେଳେ ଦୁଇଟି କଣ୍ଟେନର ଜବତ କରିଥିଲା ସିଟିଜିଏସଟି । କଣ୍ଟେନରରୁ ୮୦ କେଜି ସୁନା ଓ ରୂପା ଜବତ କରିଥିଲା ଟିମ l ଜବତ ସୁନା-ରୂପାର ଆନୁମାନିକ ମୂଲ୍ୟ ୩୦ କୋଟି ହେବ ବୋଲି କୁହାଯାଉଥିବା ବେଳେ ଏହାର ମାଲିକ କିଏ ଏବଂ କେଉଁଠିକୁ ଯାଉଥିଲା ସେନେଇ ତନାଘନା ଆରମ୍ଭ କରିଥିଲା ଜିଏସଟି ଟିମ l ଘଟଣାରେ ଚାରି ଜଣକୁ ଅଟକ ରଖିଥିଲା ମଧ୍ୟ ସିଟିଜିଏସଟି ବିଭାଗ ।

Comments are closed.