Latest Odisha News

ଆର.ଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ସଦସ୍ୟତା ରଦ୍ଦ

କୋଲକାତା: ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡ. ସନ୍ଦୀପ ଘୋଷଙ୍କ ସଦସ୍ୟତାକୁ ବୁଧବାର ଦିନ ରଦ୍ଦ କରିଛି ଆଇଏମଏ।

ଆଇଏମଏ ଅନୁଯାୟୀ, ସନ୍ଦୀପ ଘୋଷଙ୍କୁ ତୁରନ୍ତ ଭାରତୀୟ ମେଡିକାଲ ଆସୋସିଏସନର ସଦସ୍ୟତାରୁ ନିଲମ୍ବନ କରିବାକୁ ଅନୁଶାସନ କମିଟି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛି।

ଉଲ୍ଲେଖଯୋଗ୍ୟ, ଚଳିତ ମାସ ଆରମ୍ଭରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସନ୍ଦୀପ ଘୋଷଙ୍କୁ ସିବିଆଇ ପଚରାଉଚରା କରୁଛି। ଏପରିକି ତାଙ୍କର ପଲିଗ୍ରାଫ୍ ଟେଷ୍ଟ ମଧ୍ଯ କରାଯାଇଥିଲା।

ଏପରିକି ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ପରିଚାଳନା କରିବାରେ ସେ ଅବହେଳା କରିଥିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କ ନାଁରେ ଆର୍ଥିକ ଅନିୟମିତତାର ଅଭିଯୋଗ ମଧ୍ୟ ଆସିଛି। ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା।

 

Comments are closed.