Latest Odisha News

BREAKING NEWS

ବ୍ରିଜ ଭୂଷଣଙ୍କୁ ଝଟ୍‌କା, ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ବଡ଼ ଝଟ୍‌କା ମିଳିଛି । ମହିଳା ରେସଲର୍‌ଙ୍କ ଦ୍ୱାରା ତାଙ୍କ ବିରୋଧରେ ଅଣାଯାଇଥିବା ଯୌନ ନିର୍ଯାତନା ମାମଲାକୁ ରଦ୍ଦ କରିବା ପାଇଁ ସେ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ଏହା ସହ ଦିଲ୍ଲୀ ହାଇକୋର୍ଟ ବ୍ରିଜ ଭୂଷଣଙ୍କ ଓକିଲଙ୍କୁ ଏହି ମାମଲାରେ କୋର୍ଟରେ ଏକ ସଂକ୍ଷିପ୍ତ ବିବରଣୀ ଦାଖଲ କରିବାକୁ କହିଛନ୍ତି ।

ଯୌନ ନିର୍ଯାତନା ଅଭିଯୋଗରେ ମହିଳା ରେସ୍‌ରଲମାନେ କରିଥିବା ଏଫ୍‌ଆଇଆର୍‌, ଚାର୍ଜସିଟ୍‌ ଓ ନିମ୍ନ ଅଦାଲତ ଦ୍ୱାରା ଦଣ୍ଡ ନିର୍ଦ୍ଧାରିତ କରିବା ଆଦେଶକୁ ରଦ୍ଦ କରିବା ପାଇଁ ବ୍ରିଜ ଭୂଷଣ ସିଂହ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ ଆଜି ଶୁଣାଣି ବେଳେ ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ଆବେଦନର ରକ୍ଷଣାବେକ୍ଷଣ ଉପରେ ପ୍ରଶ୍ନ ଉଠାଇଛି ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୬ରେ ଦିଲ୍ଲୀ ହାଇକୋର୍ଟରେ ହେବ । ଦିଲ୍ଲୀ ହାଇକୋର୍ଟ ବ୍ରିଜ ଭୂଷଣଙ୍କୁ ପଚାରିଥିଲେ ଯେ ମାମଲା ରୁଜୁ ହେବା ପରେ ଆପଣ କାହିଁକି କୋର୍ଟକୁ ଆସିଥିଲେ? ଏହା କହି ତାଙ୍କ ଆବେଦନକୁ ଜଷ୍ଟିସ ନୀନା ବଂସଲ ଖାରଜ କରିଦେଇଛନ୍ତି।

Comments are closed.