Latest Odisha News

BREAKING NEWS

ଓଡ଼ିଶା ଫେରିଲେ ସ୍ୱୀକୃତି ମହାପାତ୍ର, ୱାୟନାଡ଼ ଭୂସ୍ଖଳନରେ ହୋଇଥିଲେ ଆହତ

ଭୁବନେଶ୍ଵର: ଓଡ଼ିଶା ଫେରିଲେ ୱାୟନାଡ଼ ଭୂସ୍ଖଳନରେ ଆହତ ଡାକ୍ତର ସ୍ୱୀକୃତି ମହାପାତ୍ର । ସୁସ୍ଥ ହେବା ପରେ ଭଉଣୀଙ୍କ ସହ ଝାରସୁଗୁଡ଼ା ଫେରିଲେ ସ୍ୱୀକୃତି । କେରଳ ୱାୟନାଡ଼ ଭୂସ୍ଖଳନରେ ସ୍ୱୀକୃତିଙ୍କ ସହ ୪ ଓଡ଼ିଆ ଫସିଥିଲେ । ଡା. ବିଷ୍ଣୁ ଚିନାରାଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ତ୍ରୀ ଆହତ ହୋଇଥିଲେ । ସେପଟେ ସ୍ୱୀକୃତି ବି ଗୁରୁତର ହୋଇ କେରଳରେ ଚିକିତ୍ସାଧୀନ ଥିଲେ । ଅନ୍ୟପଟେ ନିଖୋଜ ଥିବା ସ୍ଵୀକୃତିଙ୍କ ସ୍ଵାମୀ ତଥା ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ଏଯାଏଁ କୌଣସି ସୁରାକ ମିଳିନି ।

ସୂଚନା ଅନୁସାରେ, ଗତ ଜୁଲାଇ ୩୦ତାରିଖରେ କେରଳର ଓ୍ୱାୟନାଡରେ ପ୍ରବଳ ବର୍ଷା ପରେ ତିନୋଟି ଭୂସ୍ଖଳନ ହୋଇଥିଲା। ଫଳରେ ନଦୀ ଜଳସ୍ତର ବୃଦ୍ଧି ପାଇ ପୋଲ ଭାସି ଯାଇ ଗାଁ ମଧ୍ୟକୁ ବନ୍ୟା ପାଣି ପଶି ଯାଇଥିଲା। ଏଥିରେ ପାହାଡିଆ ଅଞ୍ଚଳ ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଏହି ଭୟାବହ ଘଟଣାରେ ଏପର୍ଯ୍ୟନ୍ତ ୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେଥିରୁ କିଛି ଲୋକଙ୍କର ମୃତଦେହ ମିଳିନଥିଲା ମଧ୍ୟ ।

 

Comments are closed.