Latest Odisha News

୬ ରାଉଣ୍ଡ ଗୁଳି ଓ ପିସ୍ତଲ ସହ ଗଂଜେଇ ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମହାଦେବପାଳିରୁ ବନ୍ଧୁକ ସହ ୫୦ କେଜି ଗଂଜେଇ ଓ ଏକ କାର ଜବତ । ଆଜି ସନ୍ଧ୍ୟାରେ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ ୟୁନିଟ୍ ଓ ସଦର ରେଞ୍ଜ ବିନିକାଙ୍କ ମିଳିତ ଚଢ଼ାଉରେ ମହାଦେବପାଳି ନିକଟରେ ଏକ କାରକୁ ସଂନ୍ଦେହେରେ ଅଟକାଇଥିଲେ । କାର କୁ ଯାଞ୍ଚ ବେଳେ ଏକ ବନ୍ଧୁକ ଓ ୬ ରାଉଣ୍ଡ ଗୁଳି ସହ କାର୍ ରୁ ୫୦ କେଜି ଗଞ୍ଜେଇ ପାଇଥିଲେ ।

ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନେ ହେଲେ ଚନ୍ଦ୍ରକାନ୍ତ ପଧାନ ଓ ଅରବିନ୍ଦ ଦେହୁରୀ । ଉଭୟ ବୌଦ୍ଧ ଜିଲ୍ଲା ଜନ୍ନାପଙ୍କ ବୋଲି ବିଭାଗ ପକ୍ଷରୁ ସୂଚନା ଦିଅଯାଇଛି । ତେବେ ଆସନ୍ତା କାଲି ଉଭୟଙ୍କୁ କୋଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.