Latest Odisha News

ଜାରିହେଲା ‘ସୁଭଦ୍ରା’ ଯୋଜନା ମାର୍ଗଦର୍ଶୀକା

ଭୁବନେଶ୍ୱର: ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାର ମାର୍ଗଦର୍ଶୀକା । ହିତାଧିକାରୀମାନେ ଯେପରି ଠିକ୍ ସୂଚନା ପାଇବେ ଏବଂ ଆବେଦନ କରିପାରିବେ, ସେଥିପାଇଁ ଏହି ମାର୍ଗଦର୍ଶୀକା ପ୍ରସ୍ତୁତ କରିଛି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ।

ମାର୍ଗଦର୍ଶୀକା ଅନୁଯାୟୀ, ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତଦୁର୍ଦ୍ଧ ଓ ୬୦ ବର୍ଷରୁ କମ୍ ହେଇଥିବା ଆବଶ୍ୟକ। ଯୋଗ୍ୟ ମହିଳାଙ୍କ କେବଳ ନିଜ ନାମରେ ଆଧାର କାର୍ଡ/ଆଧାର ନମ୍ବର ରହିବା ସହ ସେମାନଙ୍କ ମୋବାଇଲ ନମ୍ବର ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ | ଏକକ- ଧାରକ ବ୍ୟାଙ୍କ ଆକାଉଣ୍ଟ (କେବଳ ନିଜ ନାମରେ ବ୍ୟାଙ୍କ ଆକାଉଣ୍ଟ) ଥିବା ସହ ବ୍ୟାଙ୍କ ଆକାଉଣ୍ଟଟି ଚାଲୁ ରହିଥିବା ଓ ସିଧାସଳଖ ଟଙ୍କା ସହାୟତା ପାଇଁ ସକ୍ଷମ ଥିବା ନିହାତି ଆବଶ୍ୟକ । ସହଜ କାରବାର କରିବା ପାଇଁ ସମସ୍ତ ହିତାଧିକାରୀଙ୍କୁ ଏକ ସୁଭଦ୍ରା କାର୍ଡ ପ୍ରଦାନ କରାଯିବ ।

ତେବେ ସମସ୍ତ ଯୋଗ୍ୟ ମହିଳାଙ୍କୁ ୫ ବର୍ଷ ପାଇଁ ଦୁଇଟି କିସ୍ତିରେ ବାର୍ଷିକ ୧୦,୦୦୦ ହାରରେ ୫୦,୦୦୦ଟଙ୍କା ପ୍ରଦାନ କରାଯିବ ।   ପ୍ରତିବର୍ଷ ପ୍ରଥମ କିସ୍ତି ରକ୍ଷା ବନ୍ଧନ ଦିବସରେ ଓ ଦ୍ବିତୀୟ କିସ୍ତି ଆନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯିବ । ମହିଳାମାନଙ୍କ ମଧ୍ୟରେ ଡିଜିଟାଲ ଆର୍ଥିକ ସାକ୍ଷରତାକୁ ବ୍ୟାପକ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳ ସଂସ୍ଥାରୁ ସର୍ବାଧିକ ଡିଜିଟାଲ କାରବାର କରୁଥିବା ୧୦୦ ଜଣ ମହିଳାଙ୍କୁ ଅତିରିକ୍ତ ୫୦୦ ଟଙ୍କା ପୁରସ୍କାର ଆକାରରରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ ।

 

Comments are closed.