Latest Odisha News

କେଉଁ କାରଣରୁ ଜୀବନ ହାରିଲେ ହାବିଲଦାର?

କଟକ: କଟକ ଓଏମପି ବାରାକରେ ଜଣେ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ୬ ନମ୍ବର ବାଟାଲିଅନର ବାରାକରେ ବେକରେ ଗାମୁଛା ଲାଗି ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ମୃତ ହାବିଲଦାର ଜଣକ ହେଲେ ତ୍ରିଲୋଚନ ସେଠୀ । ତାଙ୍କ ଘର ଯାଜପୁର ବରୀ ଅଞ୍ଚଳର ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ଜଣାପଡିନି ।

ମିଳିଥିବା ଖବର ଅନୁସାରେ, ଦୀର୍ଘ ଦିନ ହେବ ତ୍ରିଲୋଚନଙ୍କର ପରିବାରରେ ଅଶାନ୍ତି ଲାଗି ରହୁଥିଲା ଯାହାକୁ ନେଇ ସେ ଅନେକ ସମୟରେ ମାନଶିକ ଚିନ୍ତାରେ ରହୁଥିଲେ । ଗତକାଲି ସେ ଏସସିବି ମେଡିକାଲରୁ ଡ୍ୟୁଟି ସାରି ବାଟାଲିୟନ ଆସିଥିଲେ । ରାତିରେ ଖାଇପିଇ ଶୋଇବାକୁ ଯାଇଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି ।

ଖବରପାଇ ଚାଉଳିଆଗଞ୍ଜ ପୋଲିସ ବାଟାଲିୟନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.