Latest Odisha News

ସେପ୍ଟେମ୍ବର ସରିବା ପୂର୍ବରୁ କରିନିଅନ୍ତୁ ଏହି ସବୁ କାମ, ନହେଲେ ପସ୍ତେଇବେ

ନୂଆଦିଲ୍ଲୀ: ଆଜି ସେପ୍ଟେମ୍ବର ପହିଲା । ନୂଆ ମାସ ଆରମ୍ଭ ହେବା କ୍ଷଣି ଆଜି ଦେଶରେ ଅନେକ କିଛି ନିୟମରେ ପରିବର୍ତ୍ତନ ହେବା ସହିତ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଯାହାସବୁ ଆପଣମାନଙ୍କୁ ନିହାତି ଜାଣିବାର ଆବଶ୍ୟକ ରହିଛି । ନହେଲେ ପଛରେ ପସ୍ତେଇବେ । ଆଜିଠୁ ନିୟମ ଲାଗୁ ହେବା କ୍ଷଣି ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବାକୁ ଯାଉଛି ।

ତେବେ ଜାଣିନିଅନ୍ତୁ ଏହି ସବୁ ନିୟମ:

ପ୍ରଥମେ ନିଜର ଆଧାର ଅପଡେଟ୍ କରିନିଅନ୍ତୁ । ଭାରତୀୟ ପ୍ରମାଣପତ୍ର ପ୍ରାଧିକରଣ(ୟୁଆଇଡିଏଆଇ) ଆଧାରକାର୍ଡ ଅପଡେଟ୍ ୧୪ ଜୁନରୁ ୧୪ ସେପ୍ଟେମ୍ବରକୁ ବୃଦ୍ଧି କରିଥିଲା । ଯଦି ଆପଣ ଏହି ମାଗଣା ସେବାର ଲାଭ ଉଠାଇବାକୁ ଚାହୁଁଛନ୍ତି ତାହାଲେ ୧୪ ସେପ୍ଟେମ୍ବର ପୂର୍ବରୁ ନିଜର ଆଧାରକାର୍ଡକୁ ଅନଲାଇନ ମାଧ୍ୟମରେ ଅପଡେଟ୍ କରିନିଅନ୍ତୁ । ନହେଲେ ଏଥିପାଇଁ ଆପଣଙ୍କୁ ଟଙ୍କା ପୈଠ କରିବାକୁ ପଡିବ । କାରଣ ଅନଲାଇନରେ ଆଧାରକାର୍ଡ ମାଗଣା ଅପଡେଟ୍ କରିବା ପାଇଁ ସମୟସୀମା ୧୪ ତାରିଖ ଯାଏ ଅଛି । ଏହାପରେ ଆପଣ ନିକଟସ୍ଥ ଆଧାରସେବା କେନ୍ଦ୍ର ଯାଇ ଅପଡେଟ୍ କରିପାରିବେ ହେଲେ ଏଥିପାଇଁ ଆପଣଙ୍କୁ ଟଙ୍କା ପୈଠ କରିବାକୁ ପଡିବ ।

ସେପଟେ ଆଜିଠୁ ସିଲିଣ୍ଡର ଉପରେ ମହଙ୍ଗା ମାଡ । ତେଲ ବ୍ୟବସାୟ କମ୍ପାନୀଗୁଡ଼ିକ ରବିବାର ୧୯ କେଜି ଗ୍ୟାସ୍ ସିଲିଣ୍ଡର୍ ଦର ୩୯ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା ବୃଦ୍ଧି ହେବା ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ୧୬୫୨.୫୦ ପଇସାରୁ ୧୬୯୧.୫୦ କୁ ବୃଦ୍ଧି ପାଇଛି ।

ସେହିପରି ଆଜିଠାରୁ ଫେକ୍ କଲ ଉପରେ ଲାଗିବ ଲଗାମ । କଲ୍ ଓ ମେସେଜରେ ଠକେଇକୁ ରୋକିବା ପାଇଁ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ(ଟିଆରଏଆଇ) ଆଜିଠାରୁ ନୂଆ ନିୟମ ଲାଜୁ କରିବାକୁ ଯାଉଛି । ଏହାକୁ ନେଇ ସବୁ ଟେଲିକମ୍ କମ୍ପାନୀଗୁଡିକୁ ଗାଇଡଲାଇନ ଜାରି କରିଛି ଟ୍ରାଇ । ଯେଉଁଥିରେ ୩୦ ସେପ୍ଟେମ୍ବର ଭିତରେ ୧୪୦ ମୋବାଇଲ ନମ୍ବର ସିରିଜରୁ ଆରମ୍ଭ ହେଉଥିବା ଟେଲିମାର୍କେଟିଂ ଏବଂ କମର୍ସିଆଲ ମେସେଜିଂଗୁଡିକୁ ଡିଏଲଟି ପ୍ଲାଟଫର୍ମକୁ ସ୍ଥାନାନ୍ତରିତ କରିଦିଆଯିବ । ଏଥିରେ ସିକ୍ୟୁରିଟି ବ୍ୟବସ୍ଥା କଡା କଡି ହେବ । ଏଥିସହିତ ଆଜିଠୁ ଗୁଗଲ ଏହାର ପ୍ଲେ ଷ୍ଟୋର ନୀତିରେ ପରିବର୍ତ୍ତନ ଆଣିବ । ଏହା ଅଧିନରେ ଗୁଗଲ ପ୍ଲେଷ୍ଟାରରୁ ଅନେକ ନିମ୍ନମାନର ଆପ ହଟାଇ ଦିଆଯିବ ।

ସେହିପରି କେଡିଟ କାର୍ଡରେ ଏବେ ୨ହଜାର ପଏଣ୍ଟ ପର୍ଯ୍ୟନ୍ତ ରିଓ୍ବାର୍ଡ ମିଳିବ । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆର ନିୟମ ଅନୁଯାୟୀ ଆଜିଠୁ ରୁପେ କ୍ରେଡିଟ କାର୍ଡ ଓ ୟୁପିଆଇ କାରବାର ଶୁଳ୍କ ରିଓ୍ବାଡ ପଏଣ୍ଟରୁ ମଧ୍ୟ କଟାଯିବ ନାହିଁ ।

ଏଥିସହିତ ଆଇଡିବିଆଇ ବ୍ୟାଙ୍କ ଏଫଡି ସମୟସୀମାକୁ ୩ଶହ ଦିନ, ୩୭୫ଦିନ ଏବଂ ୪୪୪ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛି । ତାଲିକାରେ ଅନ୍ତର୍ଭୁକ୍ତ ନୂଆ କାର୍ଯ୍ୟକାଳ ୭ଶହ ଦିନକୁ ବୃଦ୍ଧି କରାଯାଇଛି । ଯାହାର ଡେଡଲାଇନ ୩୦ ସେପ୍ଟେମ୍ବର ରହିଛି । ସେହିପରି ଏସବିଆଇରେ ମଧ୍ୟ ଅମୃତ କଲସ ସ୍ପେଶାଲ ଏଫଡି ସ୍କିମର ସମୟସୀମା ମଧ୍ୟ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି ।

Comments are closed.