Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ କେଉଁ ବିଭାଗରେ କେତେ ସଂଖ୍ୟକ ପଦବୀ ଖାଲି ପଡ଼ିଛି ଜାଣନ୍ତୁ..

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୨ ଲକ୍ଷ ୫ ହଜାର ପଦବୀ । ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମୋଟ କର୍ମଚାରୀଙ୍କ ସଂଖ୍ୟା ୫ ଲକ୍ଷ ୯୬ ହଜାର ଥିବା ବେଳେ, ଏହାର ପ୍ରାୟ ଅଧା ସଂଖ୍ୟକ ପଦବୀ ଖାଲି ପଡିଥିବା ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩ ହଜାର ୪୦୫ ପଦବୀ ଖାଲି ରହିଥିବା ବେଳେ, ଏହା ପଛକୁ ସ୍ୱାସ୍ଥ୍ୟ ବିଭାଗରେ ୩୯ ହଜାର ୧୨୭ ପଦବୀ ଖାଲି ରହିଛି ।

ସେହିପରି ଅନ୍ୟାନ୍ୟ ବିଭାଗରେ ଖାଲି ପଡିଥିବା ପଦବୀ-
ଗୃହ ବିଭାଗରେ ୧୯ ହଜାର ୮୮୯ଟି ପଦବୀ
ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗରେ ୧୩ ହଜାର ୫୬୭ଟି ପଦବୀ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ ୧୧ ହଜାର ୮୧୦
ଆଇନ ବିଭାଗରେ ୨ ହଜାର ୯୭୩
ଅର୍ଥ ବିଭାଗରେ ୩ ହଜାର ୧୦୧
ବାଣିଜ୍ୟ ଏବଂ ପରିବହନ(ବ୍ୟାପାର) ବିଭାଗରେ ୧୩୯୧
ପୂର୍ତ୍ତ ବିଭାଗରେ ୪୪୦୫
ଓଡ଼ିଶା ବିଧାନସଭାରେ ୨୬୩
ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗରେ ୧୦୯୩
ଏସସି ଏବଂ ଏସଟି ବିକାଶ, ଦଳିତ ଏବଂ ପଛୁଆ ବର୍ଗରେ ୩୨୮୧
ଗୃହ ଏବଂ ନଗର ଉନ୍ନୟନ ବିଭାଗରେ ୧୦୭୯
ଶ୍ରମିକ ଏବଂ ଇଏସଆଇ ବିଭାଗରେ ୧୭୬୮
ଖେଳ ଏବଂ ଯୁବ ବ୍ୟାପାର ବିଭାଗରେ ୯୬
ଯୋଜନା ଏବଂ ସଂଯୋଜନା ବିଭାଗରେ ୧୩୮୯
ପଞ୍ଚାୟତରାଜ ଏବଂ ପାନୀୟଜଳ ବିଭାଗରେ ୭୪୬୫
ବାଣିଜ୍ୟ ଏବଂ ପରିବହନ(ପରିବହନ) ବିଭାଗରେ ୬୦୦
ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗରେ ୪୨୯୪
କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗରେ ୭୨୯୫
ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ୨୦୧୭
ଇସ୍ପାତ ଏବଂ ଖଣି ବିଭାଗରେ ୭୨୦
ସେହିପରି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗରେ ୫୦୧
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗରେ ୩୫
ମତ୍ସ୍ୟ ଓ ପଶୁ ସମ୍ପଦରେ ୬୦୭୨
ଉଚ୍ଚ ଶିକ୍ଷାରେ ୩୭୬୧
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାରେ ୩୧୦
ଗ୍ରାମାଞ୍ଚଳ ଉନ୍ନତ୍ତିକରଣ ବିଭାଗରେ ୧୫୨୪
କୋଅପରେସନରେ ୧୮୨୧
ପାର୍ଲିଆମେଣ୍ଟାରୀ ବିଭାଗରେ ୧୪୨
ଶକ୍ତି ବିଭାଗରେ ୩୯୩
ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗରେ ୯୫୨
ପର୍ଯ୍ୟଟନ ବିଭାଗରେ ୧୫୧
ପବ୍ଲିକ ଏଣ୍ଟରପ୍ରାଇଜରେ ୨୫
ଅବକାରୀ ବିଭାଗରେ ୨୪
ଇଲେକ୍ଟ୍ରୋନିକ ଏବଂ ଆଇଟି ରେ ୧୯
ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତିରେ ୩୬୨
ମିଶନ ଶକ୍ତି ବିଭାଗର ୪୯ ଟି ପଦବୀ ଖାଲି ପଡିଛି

ତେବେ ଆଜି ଗୃହରେ ବିଧାୟକ ଗଣେଶ୍ୱର ବେହେରା ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ କେତେ ସଂଖ୍ୟକ ମଞ୍ଜୁରୀପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା କେତେ ଏବଂ କେଉଁ ବିଭାଗରୁ କେତେ ସଂଖ୍ୟକ ପଦବୀ ଖାଲି ରହିଛି ଯାହାର ଉତ୍ତରରେ ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.