Latest Odisha News

ଆନ୍ଧ୍ର ଓ ତେଲଙ୍ଗାନାରେ ବନ୍ୟା ବିତ୍ପାତ, ଆକାଶରୁ ଖସୁଛି ଖାଦ୍ୟ ପୁଡିଆ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ବନ୍ୟା ବିତ୍ପାତ। ଆକାଶ ମାର୍ଗରୁ ଲୋକଙ୍କ ପାଖରେ ଖାଦ୍ୟ, ପାନୀୟ, ଔଷଧ ପଠାଯାଉଛି। NDRF, SDRF ସମେତ ଅନ୍ୟାନ୍ୟ ଟିମ୍ ଲୋକଙ୍କୁ ପାଣି ଭିତରୁ ବାହାର କରିବାକୁ ଲାଗିଛନ୍ତି। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ଉଭୟ ରାଜ୍ୟରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଗତକାଲି ରେଳବାଇ ଟ୍ରାକରେ ପାଣି ଭରିଯିବା କାରଣରୁ ରାଜ୍ୟରେ ଅନେକ ଟ୍ରେନ୍ ବାତିଲ କରାଯାଇଥିଲା।

ଉଭୟ ରାଜ୍ୟରେ ଚଳିତ ବର୍ଷର ବର୍ଷା ରେକର୍ଡ ଭାଙ୍ଗିଛି। ଜଳବନ୍ଦି ସମସ୍ତ ସହର। ଅନେକ ଆନ୍ତଃଜିଲ୍ଲାକୁ ଯାତାୟତ ବିଚ୍ଛିନ୍ନ ହୋଇଛି। ବିଦ୍ୟୁତ ସଂଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି। ଅନେକ ହଜାର ଲୋକ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।

ବନ୍ୟା ଯୋଗୁଁ ଆନ୍ଧ୍ରପ୍ରଦେଶରେ ୧୯ ଜଣ ଏବଂ ତେଲଙ୍ଗାନାରେ ୧୬ ଜଣ, ଅର୍ଥାତ୍ ଉଭୟ ରାଜ୍ୟରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଠାରେ ପୂର୍ବରୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆନ୍ଧ୍ରପ୍ରଦେଶରେ ୨୬ଟି ଦଳ ନିୟୋଜିତ ହୋଇଥିଲେ। ବର୍ତ୍ତମାନ ସେଠାରେ ୩୬ଟି ଟିମ୍ ନିୟୋଜିତ ହୋଇଛନ୍ତି। ଏହା ସହିତ ୧୩୮ ଟି ଡଙ୍ଗା ଏବଂ ୨୮୩ ବିଶେଷଜ୍ଞ ସନ୍ତରଣକାରୀଙ୍କୁ ମଧ୍ୟ ରାଜ୍ୟକୁ ପଠାଯାଇଛି। ବନ୍ୟାରେ ପୀଡିତ ପ୍ରାୟ ୪୨ ହଜାର ଲୋକଙ୍କ ପାଇଁ ୧୭୬ଟି ରିଲିଫ୍ କ୍ୟାମ୍ପ ନିର୍ମାଣ କରାଯାଇଛି, ଯେଉଁଥିରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଠାରେ ୧୩୬ ଗୋରୁ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି ଏବଂ ରାଜ୍ୟରେ ୧,୭୨,୫୪୨ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ଚଳିତ ବର୍ଷର ବୃଷ୍ଟିପାତ ୫୦ ବର୍ଷର ରେକର୍ଡ ଭାଙ୍ଗିଛି। ଉଭୟ ରାଜ୍ୟ ଧନ ଜୀବନ ନଷ୍ଟ ହୋଇଛି।

 

Comments are closed.