Latest Odisha News

ପାରାଅଲିମ୍ପିକ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ସୁମିତ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ଜାଭେଲିନ ଥ୍ରୋୟର ସୁମିନ ଅନ୍ତିଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ପାରା ଅଲିମ୍ପିକ ରେକର୍ଡ ସହ ଏହି ସଫଳତା ହାସଲ କରିଛନ୍ତି । ସେ ୭୦.୫୯ ମିଟର ଦୂରତାକୁ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ । ଏହା ପୂର୍ବରୁ ନୀତେଶ କୁମାର ବ୍ୟାଡମିଂଟନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ନିଥ୍ୟା ଶ୍ରୀ ଶିବାନ ଏସଏଚ୬ କାଟାଗୋରୀରେ ଇଣ୍ଡୋନେସିଆର ରୀନା ମାର୍ଲିନାଙ୍କୁ ୨୧-୧୪, ୨୧-୬ରେ ହରାଇ ବ୍ରୋଞ୍ଜ ପଦକ ଜିତିଛନ୍ତି । ସୁହାସ ୟଥିରାଜ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି । ଭାରତ ବ୍ୟାଡମିଂଟନରେ ଏ ପର୍ଯ୍ୟନ୍ତ ୫ଟି ପଦକ ଜିତିଛି ।

ଡିସକସ ଥ୍ରୋରେ ଯୋଗେଶ କଥୂନିଆ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି । ଭାରତର ପଦକ ସଂଖ୍ୟା ଏବେ ୧୫ରେ ପଂହଚିଛି । ଏଥିରେ ୩ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ସାମିଲ । ମଙ୍ଗଳବାର ମଧ୍ୟ ଭାରତ ନିକଟରେ କେତେକ ପଦକ ଜିତିବା ସୁଯୋଗ ରହିଛି ।

Comments are closed.