Latest Odisha News

ପୋଲିସ-ମାଓବାଦୀ ଗୁଳି ବିନିମୟ : ୯ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ଼ରେ ବଡ଼ଧରଣର ମାଓ ବିରୋଧୀ ଅପରେସନ । ଛତିଶଗଡ଼ ଦନ୍ତେୱାଡ଼ା ଓ ବିଜାପୁର ସୀମାରେ ମାଓ ବିରୋଧୀ ଅପରେସନ ବେଳେ ଡିଆରଜି ଏବଂ ସିଆରପିଏଫକୁ ମିଳିଛି ସଫଳତା।ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ । ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବାବେଳେ ଏବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ ପୋଲିସର ବସ୍ତର ରେଞ୍ଜ ଆଇଜି ପି ସୁନ୍ଦରାଜନ ।

ଦନ୍ତେୱାଡା-ବିଜାପୁର ସୀମାନ୍ତ ଜଙ୍ଗଲରେ କିଛି ମାଓବାଦୀ କ୍ୟାମ୍ପ କରି ରହିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଏହାପରେ ଆଜି ଛତିଶଗଡ଼ ପୋଲିସର ଡିଆରଜି ବାହିନୀ ଏବଂ ସିଆରପିଏଫ ଦଳ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। କୁମ୍ବିଂ ଅପରେସନବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ ‌ହୋଇଥିଲେ। ପୋଲିସଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପରେ ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ ୯ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଅନ୍ୟମାନେ ଖସି ପଳାଇଥିଲେ। ପୋଲିସ ପକ୍ଷରୁ ନିହତ ହୋଇଥିବା ମାଓବାଦୀଙ୍କ ମୃତଦେହ ଠାବ କରାଯାଇଛି। ଏହାସହ ମାଓ କ୍ୟାମ୍ପରୁ ବିପୁଳ ବିପୁଳ ପରିମାଣରେ ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏବେ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି।

Comments are closed.