Latest Odisha News

ଗ୍ୟାସ ବିସ୍ଫୋରଣକୁ ନେଇ ଏପରି ରାୟ ଦେଲେ ହାଇକୋର୍ଟ

କଟକ: ଗ୍ୟାସ ବିସ୍ଫୋରଣକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଲେ ଓଡିଶା ହାଇକୋର୍ଟ । ଏଣିକି ଗ୍ୟାସ ବିସ୍ଫୋରଣ ହେଲେ ମିଳିବ କ୍ଷତିପୂରଣ । ଆଜି ନୟାଗଡ ସିଲିଣ୍ଡର ବିସ୍ଫୋରଣ ମାମଲାରେ ଶୁଣାଣି ବେଳେ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ସେହିପରି ଘର ପୋଡିଗଲେ ମଧ୍ୟ ମଧ୍ୟ କ୍ଷତି ପୂରଣ ମିଳିବ ବୋଲି କୋର୍ଟ କହିଛନ୍ତି ।

ଗ୍ୟାସ ବିସ୍ଫୋରଣ ହେଲେ ଏହାର କମ୍ପାନୀ କ୍ଷତି ପୂରଣ ଦେବାକୁ ଗ୍ୟାସ କମ୍ପାନୀ ଗୁଡିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତି ପୂରଣ ବାବଦକୁ ୨ ଲକ୍ଷ ଓ ଏଥିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଦେବାକୁ କୋର୍ଟ ଗ୍ୟାସ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଘର ପୋଡିଗଲେ ୨ ଲକ୍ଷ ଟଙ୍କା ଦେବାକୁ ପଲିସି ଥିବା କୋର୍ଟ କହିଛନ୍ତି ।

ଏହି ପଲିସି ବାବଦରେ ଉପଭୋକ୍ତାମାନଙ୍କୁ ଅବଗତ କରାଇବା ସହ ନିୟମିତ ଭାବେ ଗ୍ରାହକମାନଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.