Latest Odisha News

ପିକ୍‌ଅପ୍ ଗାଡ଼ିରେ ହେଉଥିଲା ୫୦୦ କଇଁଛ ଚାଲାଣ: ମାଡ଼ିବସିଲା ବନବିଭାଗ, ୪ ଗିରଫ

ମାଲକାନଗିରି: ପିକ୍‌ଅପ୍ ଭ୍ୟାନରେ ହେଉଥିଲା ୫୦୦ କଇଁଛ ଚାଲାଣ। ମାଡିବସିଲା ବନ ବିଭାଗ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମ୍.ଭି-79ରେ। ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଚୋରାଚାଲାଣ କରାଯାଉଥିଲା ୫୦୦ରୁ ଉର୍ଦ୍ଧ୍ୱ କଇଁଛ। ୨ଟି ପିକଅପ ଗାଡ଼ିରେ କଇଁଛ ଚାଲାଣ ବେଳେ ମୋଟୁ ବନବିଭାଗ ଚଢାଉ କରିଛି।

ଆନ୍ଧ୍ର-ଓଡିଶା ସୀମା ନିକଟ କାଲିମେଳା ଅଞ୍ଚଳର ଦୁଇଟି ପିକଅପ ଗାଡିରୁ ଏହି କଇଁଛମାନଙ୍କୁ ଉଦ୍ଧାର କରାଯାଇଛି । ଏହାସହ ମାମଲାରେ ୪ଜଣ ଦଲାଲଙ୍କୁ ଗିରଫ କରାଯାଇଛି। କଇଁଛ ଚାଲାଣ ହେବ ବୋଲି ବନବିଭାଗ ପୂର୍ବରୁ ବିଶ୍ତ ସୂତ୍ର ପାଇଥିଲା। ଏହି ସୂଚନା ପାଇ ଆନ୍ଧ୍ରପ୍ରଦେଶରୁ ବେଆଇନ ଭାବେ କଇଁଛ ପରିବହନ କରୁଥିବା ଦୁଇଟି ପିକ୍‌ଅପ୍ ଭ୍ୟାନ୍କୁ ଧରିଥିଲେ। ସମସ୍ତ ଗାଡି ଓ ଆସାମୀ ଙ୍କୁ ଏମ୍.ଭି-79 ବନବିଭାଗ ଅଟକ ରଖି ତଦନ୍ତ କରୁଛି।

ସୂତ୍ରରୁ ପ୍ରକାଶ ଯେ ସମ୍ପୃକ୍ତ ଚାରି ଜଣଙ୍କୁ ପ୍ରଥମେ ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ ଏବଂ ପ୍ରିଭେନସନ୍ ଅଫ୍ କ୍ରୁଲିଟି ଟୁ ଆନିମଲ୍ସ ଆକ୍ଟର ସମ୍ପୃକ୍ତ ବିଭାଗରେ ଗିରଫ କରାଯାଇଛି। ଜଣେ ଜଙ୍ଗଲ ଅଧିକାରୀ କହିଛନ୍ତି, “ଅଭିଯୁକ୍ତମାନଙ୍କ ଦ୍ୱାରା ବ୍ୟବହୃତ ଗାଡିଗୁଡ଼ିକ ଜବତ କରାଯାଇଛି ଏବଂ କଇଁଛଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।”

Comments are closed.