Latest Odisha News

କାହିଁକି ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଜବାନ? ତଦନ୍ତ କରୁଛି ପୋଲିସ

ରାୟପୁର: ଜଣେ ଯବାନ ନିଜକୁ ଗୁଳି କରି କଲେ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲାର ନକ୍ସଲ ପ୍ରବଳ ଅଞ୍ଚଳ କୋସରୋଡା କ୍ୟାମ୍ପରେ । ମୃତ ଯବାନ ଜଣକ ହେଲେ ରାକେଶ କୁମାର (୩୧) । ସେ ୩୩ ବାଟାଲିୟନର ଯବାନ ଥିଲେ ।

ତେବେ ସେ ନିଜ ମୁଣ୍ଡକୁ ନିଜ ବନ୍ଧୁକରେ ଗୁଳି କରିଥିବା ସୂଚନା ରହିଛି । ମିଳିଥିବା ଖବର ଅନୁସାରେ ରାକେଶଙ୍କ ଘର ଉତ୍ତର ପ୍ରଦେଶର ମିରଟରେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାକେଶ କୁମାରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଯବାନଙ୍କ ପରିବାରକୁ ଖବର ଦେଇଛି ପୋଲିସ ।

ଜଣେ ଯବାନ ନିଜ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । ତେବେ କାହିଁକି ଓ କେଉଁ କାରଣରୁ ରାକେଶ ଏପରି ଏକ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ତଦନ୍ତ ପରେ ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିବ ।

Comments are closed.