Latest Odisha News

ବିଧାନସଭାରେ ରେଭେନ୍ସା ଝଡ: ଶାସକ ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ । ଶୁନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଯେଉଁ କଥା କହିଲେ ତାକୁ ଉପ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ସମର୍ଥନ କଲେ । ରେଭେନ୍ସା ଏକ ଅନୁଷ୍ଠାନ ନୁହେଁ ୧୫୬ ବର୍ଷ ର ଏକ ମାଇଲ ଖୁଣ୍ଟ । ୧୮୬୬ ନଅଙ୍କ ଦୁର୍ଭିକ୍ଷର କିଛି ସମୟ ପୂର୍ବରୁ ଟି.ଇ ରେଭେନ୍ସା ଏହାର ଦାୟିତ୍ୱ ନେଇଥିଲେ । କିନ୍ତୁ ସେ ନିଜର ୧୦ ବର୍ଷ କାର୍ଯ୍ୟକାଳ ଭିତରେ ଓଡ଼ିଶାର ସ୍କୁଲରେ କିପରି ବେଙ୍ଗଲି ବଦଳରେ ଓଡ଼ିଆ ପଢ଼ାଯିବ ତାକୁ ଗୁରୁତ୍ୱ ଦେଇଥିଲେ । ଫକୀର ମୋହନ ଓ ଗୌରୀ ଶଙ୍କର ମଧ୍ୟ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ତେବେ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ତୀଵ୍ର ହେଉଛି । ବିରାଟ ଆନ୍ଦୋଳନର ଦାନା ବାନ୍ଧୁଛି । ତେଣୁ ମୁଖ୍ୟମନ୍ତ୍ରୀ ଏ ନେଇ ଗୃହରେ ତୁରନ୍ତ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ ।

ସେପଟେ ବ୍ୟୋମକେଶ ରାୟଙ୍କ ଦାବିର ଉତ୍ତରରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ଓଡ଼ିଶା ବାସୀ ଗ୍ରହଣ କରି ନେଇଛନ୍ତି । ଯେଉଁମାନେ ରିମୋର୍ଟରେ ପରିଚାଳିତ ହେଉଥିଲେ ସେମାନେ ବିରୋଧ କରୁଛନ୍ତି । ୨୦୦ ବର୍ଷ ଇଂରେଜ ମାନେ ଆମକୁ ଶାସନ କଲେ ତାଙ୍କ ନାମରେ କାହିଁକି କୌଣସି ଅନୁଷ୍ଠାନ ନାମିତ ହେବ । ଆମର ଅନେକ ବରପୁତ୍ର ରହିଛନ୍ତି । ସେମାନଙ୍କ ନାମରେ ନାମିତ ହେବା କଥା ବୋଲି କହିଛନ୍ତି ଟଙ୍କଧର ।

ଅନ୍ୟପଟେ ଆପଣ ମାନେ ମାନୁଛନ୍ତି ଯେ ନାମ ପରିବର୍ତ୍ତନ ଆପଣଙ୍କ ଅଫିସିଆଲ ଷ୍ଟାଣ୍ଡ । ଅସ୍ମିତା କଥା କହୁଛନ୍ତି ଆପଣ ୨୦୨୧ ରେ ସରଦାର ବଲଭ ଭାଇ ଷ୍ଟାଡିୟମର ନାମ କାହିଁକି ପରିବର୍ତ୍ତନ କରାଯାଇ ନରେନ୍ଦ୍ର ମୋଦି ଷ୍ଟାଡିୟମ କରାଗଲା । ଏହି ପ୍ରସଙ୍ଗ ଉଠାଇ କଟକ ଵାସୀ ଙ୍କ ଭାବନା କୁ ଆଘାତ ଦେଉଛନ୍ତି । ଛୋଟ ଚିନ୍ତାଧାରା ରଖନ୍ତୁ ନାହିଁ । ରେଭେନ୍ସା ର ନାମ ପରିବର୍ତ୍ତନ ପ୍ରସଙ୍ଗ ରେ ସ୍ପଷ୍ଟତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଧଶ l

Comments are closed.