Latest Odisha News

BREAKING NEWS

ଶେଷ ହେଉଛି କି ମେସି, ରୋନାଲ୍ଡୋଙ୍କ ଯୁଗ

ନୂଆଦିଲ୍ଲୀ: ନିକଟରେ ୩୦ଜଣ ଖେଳାଳିଙ୍କ ନାମ ବାଲ ଡି ଓର ପୁରସ୍କାର ପାଇଁ ଚୟନ କରାଯାଇଛି । ୨୦୦୩ ପରଠାରୁ ପ୍ରଥମ ଥର ପାଇଁ ଏହି ତାଲିକାରେ ବିଶ୍ୱର ଦୁଇ ମହାନ ଫୁଟବଲ ଖେଳାଳି ଲିଓନେଲ ମେସୀ ଓ କ୍ରିଷ୍ଟିଆନ ରୋନାଲ୍ଡୋ ସ୍ଥାନ ପାଇ ନାହାନ୍ତି । ଯାହାକୁ ନେଇ ମେସି ଓ ରୋନାଲ୍ଡୋଙ୍କ ଯୁଗ ଶେଷ ହେବାକୁ ଯାଉଛି ବୋଲି ଆକଳନ କରାଯାଇଛି । ଦୁଇ ଫରୱାର୍ଡ ଖେଳାଳି ୧୩ ଥର ଏହି ପୁରସ୍କାର ଜିତିଛନ୍ତି । ୩୭ ବର୍ଷୀୟ ମେସି ଆଘାତ ସମସ୍ୟାରେ ପଡୁଥିବା ବେଳେ ୩୯ ବର୍ଷୀୟ ରୋନାଲ୍ଡୋ କିନ୍ତୁ ଭଲ ଫର୍ମରେ ଅଛନ୍ତି । ଏପରିକି ୨୦୨୬ ବିଶ୍ୱକପ ଖେଳିବା ନେଇ ଉଭୟ ଆଶା ରଖିଥିଲେ ମଧ୍ୟ ସେମାନଙ୍କ ପ୍ରଭାବ ଟିମରେ ନିଃସନ୍ଦେହ କମିବାରେ ଲାଗିଛି ।

ଫୁଟବଲ ଭୂସ୍ୱର୍ଗ ବିବେଚନା କରାଯାଉଥିବା ଆର୍ଜେଂଟିନା ଏବଂ ପର୍ତୁଗାଲରେ ଅନେକ ଯୁବ ପ୍ରତିଭାବାନ ଖେଳାଳି ସୁଯୋଗକୁ ଅପେକ୍ଷା କରି ବସିଛନ୍ତି । ମେସି ୮ଥର ଏବଂ ରୋନାଲ୍ଡୋ ୫ ଥର ବାଲନ ଡି ଓର ପୁରସ୍କାର ଜିତିଛନ୍ତି । ୨୦୨୨ ଶେଷ ଭାଗରେ ଆର୍ଜେଂଟିନା ତୃତୀୟ ଥର ପାଇଁ ବିଶ୍ୱକପ ଜିତିଥିଲା । ମେସିଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୧୮ରେ କ୍ରୋଏସିଆର ଲୁକା ମୋଡ୍ରିକ ଏହି ପୁରସ୍କାର ଜିତିଥିଲେ ।

ଫ୍ରାନ୍ସ ଫୁଟବଲ ୨୦୨୪ ପାଇଁ ଏହାର ସୂଚୀ ଜାରୀ କରିଛି । ଏଥିରେ ଜୁଡ ବେଲିଂହାମ, ଭିନିସିୟସ, କିଲିୟନ ଏମବାପ୍ପେ, ଲ୍ୟାମେନ ୟାମଲ ଓ ଡେନୀ ଓଲମାଙ୍କ ପରି ଖେଳାଳି ସାମିଲ ଅଛନ୍ତି । ଗତ ସଂସ୍କରଣରେ ଚାମ୍ପିୟନ୍ସ ଲିଗ ଓ ଲା ଲିଗ ଜିତିଥିବା ରିୟଲ ମାଡ୍ରିଡ ଟିମ ପାଖରେ ଏହି ପୁରସ୍କାର ପାଇଁ ୩୦ରୁ ଅଧିକ ଖେଳାଳି ରହିଥିଲେ । ୟୁରୋକପ ଜିତିବା ପରେ ସ୍ପେନ ଟିମର ୬ ଖେଳାଳିଙ୍କୁ ୩୦ଜଣଙ୍କ ମଧ୍ୟରେ ସାମିଲ କରାଯାଇଛି ।

Comments are closed.