Latest Odisha News

ଘାଟିରୁ ଖସିଲା ସେନା ଗାଡ଼ି, ୪ ସୈନ୍ୟ ମୃତ

ନୂଆଦିଲ୍ଲୀ: ଭୟଙ୍କର ସଡ଼କ ଦୁର୍ଘଟଣା । ୭୦୦ ରୁ ୮୦୦ ଫୁଟ ଗଭୀର ଘାଇକୁ ଖସିଲା ସେନା ଗାଡି । ୪ ଯବାନ ସହିଦ । ସିକ୍କିମର ପାକ୍ୟୋଙ୍ଗ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ଅନୁସାରେ, ସେନାର ଏକ ଗାଡ଼ି କିଛି ସୈନ୍ୟଙ୍କୁ ନେଇ ପଶ୍ଚିମବଙ୍ଗ ପେଡୋଙ୍ଗରୁ ସିକ୍କିମର ଜୁଲୁକ ଯାଉଥିଲା। ଏହି ସମୟରେ ସିକ୍କିମର ପାକିଙ୍ଗ ଜିଲ୍ଲାର ରେଶମ ମାର୍ଗରେ ଦୁର୍ଘଟଣା ହୋଇଥିଲା। ଘାଟି ରାସ୍ତାରେ ଯିବା ସମୟରେ ଭାରସ୍ୟାମ ହରାଇ ପ୍ରାୟ ୭୦୦ରୁ ୮୦୦ ଫୁଟ ତଳକୁ ଖସି ପଡିଥିଲା ସେନା ଗାଡି । ଫଳରେ ଘଟଣାସ୍ଥଳରେ ୪ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁରର କାରିଗର ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରୁସେଭ ସିଂ ଏବଂ ତାମିଲନାଡୁର ସୁବେଦାର କେ ଥାଙ୍ଗାପାଣ୍ଡି । ସମସ୍ତ ମୃତ ସେନା କର୍ମଚାରୀ ପଶ୍ଚିମବଙ୍ଗର ବିନାଗୁରୀରେ ନିୟୋଜିତ ଥିଲେ।

 

Comments are closed.